Masthead

ବାରମ୍ବାର ଗୃହ ହେଉଛି ମୁଲତବୀ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାରମ୍ବାର ଗୃହ ହେଉଛି ମୁଲତବୀ । ଲୋକଙ୍କ ପ୍ରକୃତ ସମସ୍ୟା ଉପରେ ଆଲୋଚନା ହେଉନାହିଁ । ବିରୋଧୀ ଓ ବିଜେପି ପରସ୍ପକୁ ଦୋଷ ଦେଉଛନ୍ତି । ବିରୋଧୀ ଦଳଙ୍କ ଅଧିକାରରୁ ଭାଗ ମାଗିଲେଣି ସରକାରୀ ଦଳ । ସରକାର ଚାହୁଁନାହାନ୍ତି, ଶୂନ୍ୟକାଳରେ ବିରୋଧୀମାନେ କିଛି କୁହନ୍ତୁ । ଯଦି ଗୃହରେ କିଛି ହେଲା ତେବେ ଗୃହକୁ ତୁରନ୍ତ ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି କହିଛି ସରକାରଙ୍କ ଚାପରେ ବଚସ୍ପତି ଗୃହକୁ ଅପରାହ୍ନ ୪ଟାଳୂ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହା ଅତ୍ୟନ୍ତ ଦୁଃଖର କଥା ।

ବିରୋଧୀଙ୍କ ଅଭିଯୋଗର କଡ୍ଡା ଜବାବ ଦେଇଛି ବିଜେଡି । କହିଛି ଶାସକ ନୁହେଁ, ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି । ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ କହିବାର ଅଧିକାର ଅଛି । ପ୍ରଶ୍ନକାଳକୁ ବିରୋଧ କରିବା କେଉଁ ସମ୍ବିଧାନରେ ଲେଖା ଅଛି? ବିରୋଧୀ ସବୁ ସମୟ ନେବେ ବୋଲି କହିବା ଠିକକ ନୁହେଁ । ବିଜେପି – କଂଗ୍ରେସ ଦିଲ୍ଲୀରେ ଗଡାଗଡି ହେଉଛନ୍ତି । କିନ୍ତୁ ଏଠି କୋଳାକୋଳି ହେଉଛନ୍ତି କାହିଁକି ବୋଲି ନୟାଗଡ଼ ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ବିରୋଧୀ ଓ ଶାସକଙ୍କ କଥାକଟାକଟି ଭିତରେ ବିଧାନସଭାର ସମୟ ନଷ୍ଟ ହେଉଛି । ସାଧାରଣ ଲୋକଙ୍କ ଟଙ୍କା ପାଣିରେ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ