Masthead

ଇରାନର ସାମରିକ ଘାଟିକୁ ଟାର୍ଗେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି  ଅଶାନ୍ତ ହୋଇଉଠିଛି ମଧ୍ୟପ୍ରାଚ୍ୟ । ଇରାନ ଉପରେ ପୁଣି ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିଛି ଆମେରିକା । ଆମେରିକୀୟ ସେନା ଇରାନର ଏକ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ଠିକଣା ଉପରେ ମିଶାଇଲ୍ ମାଡ଼ କରି ଏହାକୁ ଧ୍ୱଂସ କରିଦେଇଛି । ବିଶ୍ୱପ୍ରସିଦ୍ଧ ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଗତ ରାତିରେ ଆମେରିକା ସେନା ପକ୍ଷରୁ ଏହି ନୂତନ ଏୟାରଷ୍ଟ୍ରାଇକ କରାଯାଇଛି ।

ହୋର୍ମୁଜ ପ୍ରଣାଳୀ ଅଞ୍ଚଳରେ ମୁତୟନ ଥିବା ଆମେରିକୀୟ ସୈନ୍ୟ ଏବଂ ସେହି ବାଟ ଦେଇ ଯାତାୟାତ କରୁଥିବା ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଏହି ଇରାନୀ ସେନ୍ୟ ଘାଟିଟି ବଡ଼ ବିପଦ ସଜାଇଥିଲା । ଏହି ସୂଚନା ମିଳିବା ପରେ ଆମେରିକା ପ୍ରତିରକ୍ଷାତ୍ମକ ଭାବେ ଏହି ଆକ୍ରମଣ କରିଥିବା ଦାବି କରିଛି ।ମିଳିଥିବା ସୂଚନା ମୁତାବକ, କେବଳ ସୈନ୍ୟ ଘାଟି ଉପରେ ଆକ୍ରମଣ ନୁହେଁ, ବରଂ ଇରାନ ପକ୍ଷରୁ ଆସୁଥିବା ଅନେକ ଘାତକ ଡ୍ରୋନ୍‌କୁ ମଧ୍ୟ ଆମେରିକା ସେନା ମଝି ଆକାଶରେ ନଷ୍ଟ କରିଦେଇଛି ।

ଏହି ଡ୍ରୋନ୍‌ଗୁଡ଼ିକ ଆମେରିକାର ସାମରିକ ପ୍ରତିଷ୍ଠାନ ଆଡ଼କୁ ମାଡ଼ି ଆସୁଥିଲେ । ଆମେରିକାର ଦୁଇଜଣ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ସେନା ପ୍ରଥମେ ଆକାଶମାର୍ଗରେ ଇରାନର ୪ଟି ଡ୍ରୋନ୍‌କୁ ମାରି ଖସାଇଥିଲା । ଏହାପରେ ୫ମ ଡ୍ରୋନ୍‌ଟି ଯେଉଁ ସେନ୍ୟ ଘାଟିରୁ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଥିଲା, ସେହି ବେସ୍‌କୁ ହିଁ ଆମେରିକା ମିଶାଇଲ୍ ମାଡ଼ କରି ସମ୍ପୂର୍ଣ୍ଣ ଭାବେ ଉଡ଼ାଇ ଦେଇଛି । ପେଣ୍ଟାଗନ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଇରାନ ଉପରେ କରାଯାଇଥିବା ଏହି ଆକ୍ରମଣ କୌଣସି ଉସକାନିମୂଳକ ନୁହେଁ, ବରଂ ଆମେରିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ।

ବୁଧବାର କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ହେଉଛି ଆମେରିକା ସେନାର ଦ୍ୱିତୀୟ ପ୍ରତିରକ୍ଷାତ୍ମକ ଆକ୍ରମଣ । “ଇରାନ ସେନା ପକ୍ଷରୁ କିଛି ଗତିବିଧି ବଢ଼ୁଥିବା ଆମର ରାଡାର୍ ଏବଂ ସାଟେଲାଇଟ୍‌ରେ ରେକର୍ଡ କରାଯାଇଥିଲା । ସେମାନେ ହୋର୍ମୁଜ ପ୍ରଣାଳୀରେ ଆମ ସେନା ଉପରେ ବଡ଼ ହମଲା କରିବା ପାଇଁ ଯୋଜନା କରୁଥିଲେ । ଯଦି ଆମେ ଠିକ୍ ସମୟରେ ପଦକ୍ଷେପ ନେଇନଥାନ୍ତୁ, ତେବେ ଆମର ବଡ଼ କ୍ଷତି ହୋଇଥାନ୍ତା ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….?