Before Header

ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର

0 46

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମପ୍ରବାହରେ ଜଳୁଛି ରାଜଧାନୀ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦.୪ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଏହା ଦେଶର ସବୁଠାରୁ ଅଧିକ ତାପମାତ୍ରା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୪ରୁ ୫ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରିପୋର୍ଟ ଅନୁସାରେ ଭୁବନେଶ୍ୱର ପଛକୁ ତାଳଚେର, ମାଲକାନାଗିରି ଓ ଅନୁଗୁଳ ଉତ୍ତପ୍ତସହର ଭାବେ ରହିଛି । ପୂର୍ବରୁ କ୍ରମାଗତ ଭାବେ ତିନି ଦିନ ଧରି ଦେଶର ଉତ୍ତପ୍ତ ସହର ସାଜିଥିଲା ଭୁବନେଶ୍ୱର । ଏହା ପରେ କିଛି ଦିନ ତାତି ସାମାନ୍ୟ କମିଥିଲା । କିନ୍ତୁ ଗତକାଲି ପୁଣି ଥରେ ତାତି ବଢିଛି । ତେବେ ଆଗକୁ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.