Masthead

ଅପହଞ୍ଚ ସରକାରୀ ଯୋଜନା, ଅବହେଳିତ ଜଳଡିଆ ଗାଁ

ମୟୁରଭଞ୍ଜ (ବଡ ଖବର ବ୍ୟୁରୋ): ସରକାରୀ ଯୋଜନା ମାଳମାଳ, ହେଲେ ଏଠି ସବୁ ଦୁର୍ବଳ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜଳଡିଆ ଗାଁରେ । ହେଲେ ଗ୍ରାମବାସୀଙ୍କୁ ମିଳୁନି ଜଳ । ନାଳରୁ ଚୂଆ କରି ପାଣି ପିଉଛନ୍ତି ଗ୍ରାମବାସୀ । ଖରାଦିନ ଆସିଲେ ଅଧିକାଂଶ ଗ୍ରାମାଞ୍ଚଳରେ ପାଣି ସଙ୍କଟ ମୁଣ୍ଡ ଟେକିଥାଏ। ଲୋକମାନେ ପାଣି ପାଇଁ ହୁଅନ୍ତି ଡ଼ହଳ ବିକଳ । ଯାହାର ସମାଧାନ କରିବାକୁ ସରକାର ପ୍ରତି ଇଲାକାରେ ନଳକୂପ ଖନନ କରିବା ସହିତ ପାନୀୟ ଜଳ ପ୍ରକଳ୍ପମାନ ନିର୍ମାଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

କିନ୍ତୁ ବିଭାଗୀୟ ଅଧିକାରୀଙ୍କ କୁତ୍ସିତ ମାନସିକତା ଯୋଗୁଁ ବହୁ ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଯାଇଥାଏ । ତେଣୁ ପାଣି ସନ୍ଧାନରେ ଗ୍ରାମବାସୀ ବାଧ୍ୟ ହୋଇ କେତେବେଳେ ପୋଖରୀ ପାଣି ଉପରେ ନିର୍ଭର କରନ୍ତି ତ ଆଉ କେତେବେଳେ ନାଳ କୂଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜ୍ଝ ଗାଁ ଲୋକକୁ ପାଣି ମୁନ୍ଧାଏ ପାଇଁ ନାଳ ଚୁଆ ଉପରେ ଭରସା କରିବାକୁ ପଡୁଛି। ଘଣ୍ଟା ଘଣ୍ଟା ଧରି ମହିଳା ମାନେ ଲମ୍ବା ଧାଡି କରି ପାଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଚୁଆରେ ପାଣି ସରିଗଲେ ଲୋକମାନଙ୍କୁ ୨/୩ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ।

ଅବସ୍ଥା ଦିନକୁ ଦିନ ବିଗିଢି ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣଷି ବ୍ୟବସ୍ଥା କରାଯାଉନାହିଁ। ସେପଟେ ଗାଁରେ ଯେମିତି ପାନୀୟଜଳର ସମସ୍ୟା ନରହିବ ସେଥିପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଟିଙ୍ଗ ପରେ ମିଟିଙ୍ଗ ଜାରୀ ରହିଛି। ମାତ୍ର ଗ୍ରାମ ଗୁଡିକର ପାଣି ସମସ୍ୟା ସାଂଘାତିକ ହେଉଛି ତାହା କେହି ବୁଝିବାକୁ ନାରାଜ।ଏହି ଗ୍ରାମରେ୧୩୦ପରିବାରରୁ ଉର୍ଦ୍ଧ୍ବ ରହୁଥିବା ବେଳେ ୬୦୦ ଲୋକ ବାସ କରନ୍ତି ଜ୍ଝ ୨୦ବର୍ଷରୁ ଏକ ନଳକୂପ ଖୋଳାଯାଇଥିଲା, କିନ୍ତୁ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ତାହା ପିଇବା ଅନୁପଯୋଗୀ ।

ଫଳରେ ଶୁଦ୍ଧ ପାଣି ନପାଇ ଗ୍ରାମବାସୀ ନିକଟରେ ଥିବା ନାଳ ପାଖରେ ଚୁଆ ଖୋଳି ସେଥିରୁ ପାଣି ପାଣି ବ୍ୟବହାର କରନ୍ତି।ପାଣି ସମସ୍ୟା ନେଇ ଗ୍ରାମବାସୀମାନେ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ, ସମିତିମେମ୍ବରଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣାଇବା ପରେ ମଧ୍ୟ କୋଣସୀ ସୁଫଳ ପାଇନାହଁନ୍ତି। ଯହା ଫଳରେ ଆଉ ପ୍ରଶାସନ କୁ ଭରସା କରି ପାରୁ ନାହାନ୍ତି ଗ୍ରାମବାସୀ । ତେବେ ପ୍ରଶାସନ କେବେ ଏହି ସମସ୍ୟା ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା !

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା