Masthead

କବିସୂର୍ଯ୍ୟନଗର ପୋଲିସକୁ ବିରୋଧ କରି ଥାନା ଘେରାଉ କଲା ବିଜେପି

କବିସୂର୍ଯ୍ୟନଗର (ବଡ଼ ଖବର ବ୍ୟୁରୋ): ଆଠଗଡ଼ ଦଣ୍ଡନାଚ ଭୋଜି ବେଳେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଯାହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ହାତାହାତି ପରିସ୍ଥିତି । ପରେ କବିସୂର୍ଯ୍ୟନଗର ଥାନାରେ ୨ ଟି ମାମଲା ହେଲା ରୁଜୁ । ଉଭୟ ପକ୍ଷଙ୍କୁ କବିସୂର୍ଯ୍ୟନଗର ପୋଲିସ ଥାନାକୁ ଆଣି ବୁଝାସୁଝା କରିବା ସହ ସମାଧାନ ପାଇଁ ଦୀର୍ଘ ସମୟ ଅଟକ ରଖିଥିଲା । ହେଲେ ଏହାପରେ ଏକତରଫା କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । ବିଜେଡିର ଜଣକୁ ଗିରଫ କରିଥିବା ବେଳେ ବିଜେପିର ୪ ଜଣଙ୍କ ଉପରେ ୩୦୭ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ତେବେ ଏହାକୁ ଏକତରଫା କାର୍ୟ୍ୟାନୁଷ୍ଠାନ କହି ଅଭିଯୋଗ କରିଛି ବିଜେପି । ଏହା ବିରୋଧରେ ୨ ଘଣ୍ଟା ଧରି ଥାନା ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ । ପୋଲିସର ଏକ ପାଖିଆ କାର୍ୟ୍ୟାନୁଷ୍ଠାନ ନେଇ ଆସିକା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶନୀ, କବିସୂର୍ୟ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକ ପ୍ରଶ୍ନ ଉଠାଇବା ସହ ବର୍ଷିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ