Masthead

ଜାଲ ସାର୍ଟିଫିକେଟ, ସୁଶାନ୍ତ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଲ ସାର୍ଟିଫିକେଟ, ସୁଶାନ୍ତ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ
ବିଧାନସଭାରେ ଜାଲ ସାର୍ଟିଫିକେଟ ତାତି । ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ଗର୍ଜିଛି କଂଗ୍ରେସ । ସମର୍ଥନ କରିଛି ବିଜେପି । ତେଣେ ବିଜେଡି କହିଛି ତଦନ୍ତ ଚାଲିଛି ।
ବିଧାନସଭାରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ଗର୍ଜିଛି କଂଗ୍ରେସ । ପୂର୍ବତନ ମନ୍ତ୍ରୀ ଶୁଶାନ୍ତ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛି । ସୁଶାନ୍ତ ସିଂଙ୍କ ସହିତ ଜାଲ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ ପାଇଁ ପୋଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଫଟୋ ଅଛି । ଯଦି ସବୁ କ୍ଷେତ୍ରରେ ଶାସକ ଦଳର ଭୂମିକା ରହିବ ତାହେଲେ ସାଧାରଣ ଲୋକ ନ୍ୟାୟ କେମିତି ପାଇବେ ବୋଲି ବିଜେପି ପ୍ରଶ୍ନ କରିଛି ।

ବିରୋଧୀଙ୍କ ଗର୍ଜନର ଉତ୍ତର ଦେଇଛି ବିଜେଡି । ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେଡିର କୌଣସି ସମ୍ପୃକ୍ତି ନାହିଁ । ପୁରୁଣା କଥାକୁ ବିରୋଧୀ ଦୋହରାଉଛନ୍ତି । ତଦନ୍ତ ଚାଲିଛି । କିଛି ଲୋକ ଗିରଫ ହେଲେଣି । ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଳି ପଡୁଛନ୍ତି ମେଧାବୀ । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ