Masthead

ଡେରାସକୁ ଆସି ନିରାଶ ହେଲେ ପର୍ଯ୍ୟଟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଡେରାସକୁ ବୁଲିବାକୁ ଆସି ବୁଲିନପାରି ନିରାଶହୋଇ ଫେରିଗଲେ ପର୍ଯ୍ୟଟକ ।ମୁଖ୍ୟ ଫାଟକ ଆଗରେ ଭଗବତୀପୁର ଆଦିବାସୀ ମହିଳାଙ୍କ ଧାରଣା ଯୋଗୁ ଆଜି ବନ୍ଧଥିଲା ଡ୍ୟାମ । ଜଙ୍ଗଲ ଜମିରେ ଦୋକାନ ଦେଇ ରାକେଶ ସାହୁ ନାମକ ଏକ ଯୁବକ ଦୀର୍ଘଦିନ ଧରି ପର୍ଯ୍ୟଟକ ମାନଙ୍କୁ ଲୁଟୁଥିଲେ । ଏ ସଂକ୍ରାନ୍ତରେ ରାକେଶ ନାମରେ ବହୁବାର ଚନ୍ଦକା ଥାନାରେ ମାମଲା ରୁଜୁ ହୋଇଛି ।ଉକ୍ତ ଅଞ୍ଚଳର ରକ୍ଷଣା ବେକ୍ଷଣ ପାଇଁ କଣ୍ଟାବାଡ ଭଗବତୀପୁର ଆଦିବାସୀ ସାହିକୁ ଚନ୍ଦକା ବନବିଭାଗ ହସ୍ତାନ୍ତର କରିଥିଲା ।ଅସାଧୁ ଦୋକାନୀଙ୍କ ଦାଦାଗିରି । ଅନେକ ସମୟରେ ଉଚିତ ମୂଲ୍ୟଠୁ ଚଢାଦାମରେ ସାମଗ୍ରୀ ବିକ୍ରୀ କରିବା ସହିତ ବିସୃଙ୍ଖଳାରେ ଲିପ୍ତ ରହୁଛନ୍ତି ।ଯାହାଫଳରେ ଦିନକୁ ଦିନ ପର୍ଯ୍ୟଟକ ଡେରାସରୁ ମୁହଁ ଫେରଉଛନ୍ତି ଓ ଡେରାସ ଇକୋ ଟୁରିଜିମ ବଦନାମ ମଧ୍ୟ ହେଉଛି । ଦୋକାନର ଏଗ୍ରିମେଣ୍ଟ ବୈଧତା ସରିଯାଇଥିଲେ ମଧ୍ୟ ବଳ ପୂର୍ବକ ଜାଗା ମାଡିବସିଛନ୍ତି ଦୋକାନୀ । ଏହାକୁ ବିରୋଧକରି ଶହଶହ ଆଦିବାସୀ ଆଜି ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ଜଟଣୀ ବିଧାୟକ ସୁର ରାଉତରାୟ ପହଞ୍ଚି ଧାରଣାରେ ଯୋଗଦେଇଥିଲେ । ଆଦିବାସୀଙ୍କୁ ନ୍ୟାୟ ଦାବିରେ ଚନ୍ଦକା ରେଞ୍ଜର ଘଟଣା ସ୍ଥଳକୁ ଆସି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ବୁଝାସୁଝା କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା