Masthead

ନୀଳଗିରିରେ ଲୁଟେରାଙ୍କ ଆତଙ୍କ

ନୀଳଗିରି(ବଡ଼ ଖବର ବ୍ୟୁରୋ) ନୀଳଗିରି ରେ ଲୁଟେରାଙ୍କ ଆତଙ୍କ ।ଟାର୍ଗେଟ ରେ ରହିଛନ୍ତି ବୃଦ୍ଧ ଓବୃଦ୍ଧା । ଅଭିନଵ ଉପାୟ ଆପଣେଇ ବୃଦ୍ଧ ବୃଦ୍ଧା ମାନଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ସୂଚନାନୁଯାୟୀ ମିରିଗିଣି ଗାଁ ର ଭାଗିରଥି ବିଶ୍ୱାଳ ନାମକ ଜଣେ ବୃଦ୍ଧ ଗ୍ୟାସ ନେବା ପାଇଁ ଗ୍ୟାସ କେନ୍ଦ୍ର କୁ ଆସିଥିବା ବେଳେ କାହାଳିଆ ଗ୍ରାମର ମୁନା ଦାସ ନିଜକୁ ଗ୍ୟାସ ଏଜେଣ୍ଟ ର ପରିଚୟ ଦେଇଥିଲେ । ଏବଂ କହିଥିଲେ ଏଠୁ ଗ୍ୟାସ ନେବା ଆଉ ଦରକାର ନାହିଁ ତୁମର ମାଗଣାରେ ଗ୍ୟାସ ସହ ଟାଙ୍କି, ଚୁଲା ସହିତ ୩୮୦୦ ଟଙ୍କା ଆସିଛି । ସେ ସବୁକୁ ପାଇବା ପାଇଁ ହେଲେ ତୁମକୁ ଏବେ ୧୨୦୦ ଟଙ୍କା ପୈଠ କରିବାକୁ ପଡିବ । ଯେତେବେଳେ ବୃଦ୍ଧ ଜଣଙ୍କ ତାଙ୍କ କଥା ଶୁଣିନଥିଲେ, ବୃଦ୍ଧ ଙ୍କ ଠୁ ଟଙ୍କା ଛଡେଇ ନେଇ ପଳେଇଥିଲେ । ଆଜି ମଧ୍ୟ ସେହି ମୁନା ଦାସ ନୀଳଗିରି ହସ୍ପିଟାଲ ପ୍ରାଙ୍ଗଣରେ ସେମିତି ଆଉ ଜଣଙ୍କୁ ଲୁଟିବାକୁ ଜାଲ ବିଛାଉଥିବା ବେଳେ ପୂର୍ବରୁ ଲୁଟ ର ଶିକାର ହୋଇଥିବା ଭାଗିରଥି ବିଶ୍ୱାଳ ମୁନା କୁ ଚିହ୍ନି ପାରି ସାଧାରଣ ଲୋକଙ୍କ ସହାୟତା ରେ ପୋଲିସ ରେ ଦେବା ସହ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ