Masthead

ଭୟାବହ ଅଗ୍ନିକାଣ୍ଡ, ୯ ମୃତ

କୋଲକାତା(ବଡ଼ ଖବର ବ୍ୟୁରୋ): କୋଲକାତାର ଏକ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ । ମୃତକଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ଶିଶୁ ରହିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ବାଂଲାଦେଶୀ ଥିବା ସୂଚନା ମିଳିଛି । ସମସ୍ତେ ଚିକିତ୍ସା ପାଇଁ ଆସିଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଚାନକ ହୋଟେଲରୁ ଧୂଆଁ ବାହାରିବା ଦେଖିବା ପରେ ଖବର ବ୍ୟାପିଯାଇଥିଲା। ନ୍ୟୁ ମାର୍କେଟ ଥାନା ପୁଲିସର ସୂଚନା ମୁତାବକ ନିଆଁ ଏତେ ଭୟଙ୍କର ଥିଲା ଯେ ଲୋକମାନେ ବାହାରକୁ ଆସିବା ମୁସ୍କିଲ ଥିଲା ।

ହୋଟେଲର ପ୍ରସ୍ଥାନ ରାସ୍ତାରେ ନିଆଁ ଲାଗିଥିବାରୁ ଏବଂ ମଧ୍ୟରାତ୍ରି ହୋଇଥିବାରୁ ବାହାରକୁ ଆସିବା କଷ୍ଟକର ଥିଲା। ଅଗ୍ନିଶମବାହିନୀ ସୂତ୍ରରୁ ଜଣାପଡିଛି ଯେ, ରାତି ପ୍ରାୟ ୨ଟା ୪୫ ରେ ଅଗ୍ନିକାଣ୍ଡ ଘଟିଥିଲା । ମଧ୍ୟରାତ୍ରି ହୋଇଥିବାରୁ ଲୋକମାନେ ହୋଟେଲରେ ଶୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଏହା ମଧ୍ୟ କହିଛନ୍ତି ଯେ ହୋଟେଲ ଭିତରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା । ହୋଟେଲ ସାରା ସଂକୀର୍ଣ୍ଣ ରାସ୍ତା ଥିଲା । ଯାହାଫଳରେ ଅଗ୍ନିକାଣ୍ଡ ପରେ ତୁରନ୍ତ ବାହାରକୁ ବାହାରିବା ସମ୍ଭବ ହୋଇନଥିଲା । ୨ ଦିନ ତଳେ ବୀରଭୂମି ସ୍ଥିତ ଏକ ହୋଟେରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା