Masthead

ସୁଚରିତା ମହାନ୍ତିଙ୍କ ବଦଳରେ ଜୟନାରାୟଣ ପଟ୍ଟନାୟକଙ୍କୁ ମିଳିଲା ଟିକେଟ୍

ପୁରୀ(ବଡ଼ ଖବର ବ୍ୟୁରୋ): ବଦଳିଲେ କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଛି ଦଳ। ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଇ-ମେଲ ମାଧ୍ୟମରେ ସେ ଏନେଇ ଏଆଇସିସିକୁ ଅବଗତ କରାଇଥିଲେ।  ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ ପୁରୀ ଲୋକସଭା ପ୍ରାର୍ଥୀଙ୍କୁ ବଦଳାଇବାକୁ ଏଆଇସିସିକୁ ଚିଠି କରାଯାଇଥିଲା।

ସେ ସଂପର୍କରେ ସୁଚରିତା ମହାନ୍ତି ଜାଣି ପାରିଥିଲେ। ତେଣୁ ସେ ଆଗୁଆ ଟିକେଟ ଫେରାଇ ଦେଲେ। ପାଣ୍ଠିର ସମସ୍ୟା ଆଦୌ ନଥିଲା। ସୁଚରିତା ମହାନ୍ତି ୨୦୧୪ରେ କଂଗ୍ରେସ ଟିକେଟରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ପରାସ୍ତ ହୋଇଥିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ୍ ପାଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିବା ବେଳେ ଏଥର ପୁଣି ଭରସା କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ