Masthead

ମହୁଲ ଗୋଟାଳି ହନ୍ତସନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୀବନ ଜୀବିକା ସାଜିଥିବା ମହୁଲ ଫୁଲର ମୂଲ୍ୟ କମ ଓ ବଜାର ବ୍ୟବସ୍ଥା ନ ଥିବାରୁ ଶୋଷିତ ମହୁଲ ଗୋଟାଳି ବସନ୍ତର ଆଗମନରେ ସଜେଇ ହୁଏ ପ୍ରକୃତି ରାଣୀ । ଏହାରି ଭିତରେ ମହୁଲଫୁଲର ବାସ୍ନାରେ ମତୁଆଲା ହୁଏ ମନ । ଜୀବନ ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ମହୁଲଫୁଲ ଗୋଟାଳି ଏବେ ହନ୍ତସନ୍ତ । ଆଦିବାସୀଙ୍କ ଜୀବନ ଓ ଜୀବିକାର ରାହା ମହୁଲଫୁଲ । ମାତ୍ର ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଶୋଷିତ ହୁଅନ୍ତି ମହୁଲ ଗୋଟାଳି । କମ ଦରରେ ମହୁଲ କିଣି ମାଲେମାଲ ହୁଏ ଦଲାଲ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଳକର ଶହ ଶହ ପରିବାର ମହୁଲ ଗୋଟାଇ ଜୀବିକା ନିର୍ବାହ କରନ୍ତି । ବଜାର ବ୍ୟବସ୍ଥା ନଥିବାରୁ ବହୁ କଷ୍ଟରେ ସଂଗ୍ରହ କରିଥିବା ମହୁଲକୁ କେଜି ପ୍ରତି ୧୦ ରୁ ୧୫ ଟଙ୍କାରେ ବିକିଥାନ୍ତି । ମହୁଲକୁ ମଣ୍ଡି ମାଧ୍ୟମରେ କିଣାଗଲେ ଶୋଷଣରୁ ବଞ୍ଚିତ ହୁଅନ୍ତେ ଅନେକ ମହୁଲ ଗୋଟାଳି। ଧୀରେ ଧୀରେ ମହୁଲ ସଂଗ୍ରହକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆନୁସଙ୍ଗିକ ସୁବିଧା ଓ ପ୍ରୋତ୍ସାହନ ଦିଆଗଲେ ମହୁଲଫୁଲ ଅନେକଙ୍କ ବଞ୍ଚôବାର ରାହା ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ