Masthead

ରାଜନୀତିରେ ଅଭିନେତ୍ରୀ ଝିଲିକି ଙ୍କ ଏଣ୍ଟ୍ରି

କୋରେଇ (ବଡ଼ ଖବର ବ୍ୟୁରୋ):ରୋଚକ ମୋଡରେ କୋରେଇ ରାଜନୀତି । ବବିଙ୍କୁ ଚେକ ଦେବାକୁ କୋରେଇରେ ଝିଲିକି ଙ୍କ ଏଣ୍ଟ୍ରି ଉଦ୍ୟମ । କୋରେଇ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କୋରେଇ ନିର୍ବାଚନ ମଣ୍ଡଳୀ କୁ ନେଇ ଘଡେଇ ପରିବାର ଓ ଦାସ ପରିବାର ମଧ୍ୟରେ ଛକପଞ୍ଝା । ଏବେ କୋରେଇ ରେ ଘଡେଇ ପରିବାରର ବୋହୁଙ୍କୁ ନେଇ ଚର୍ଚ୍ଚା । କୋରାଇ ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହେବାକୁ ମନବଳାଇଲେ ଓଲିଉଡ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟ। ମନ୍ତ୍ରୀ ତଥା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ପତ୍ନୀ ଝିଲିକିଙ୍କୁ ଏଥର କୋରାଇରୁ ପ୍ରାର୍ଥୀ କରିବାକୁ ଦାବି କଲେ କୋରାଇ ବିଜେଡ଼ି କର୍ମୀ ।

ଶତାଧିକ ସମର୍ଥକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି  ଝିଲିକିଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । କୋରାଇ ବାସୀଙ୍କ ସହଯୋଗ, ସମର୍ଥନ ଓ ଦାବିକୁ ପାଥେୟ କରି ଝିଲକି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ଟିକେଟରେ ଲଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି । ଯାହାକୁ ନେଇ ତାଙ୍କ ବାସଭବନରେ କର୍ମୀ ସମର୍ଥକଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା