ଗୀତ ଗାଇ ଟ୍ରୋଲ ହେଲେ ଶଶି ଥରୁର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ସବୁବେଳେ ଚର୍ଚ୍ଚାରେ ଥାନ୍ତି କଂଗ୍ରେସର ନେତା ତଥା ସାସଂଦ ଶଶି ଥରୁର । ସେ ସୋସିଆଲ ମିଡିଆ ହେଉ ବା ଅନ୍ୟ କୌଣସି କାରଣ ସବୁଥିରେ ବେଶ ଚର୍ଚ୍ଚାରେ ରହିଥାନ୍ତି ସେ । ହେଲେ ଏବେ ତାଙ୍କୁ ପୁଣିଥରେ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ତାଙ୍କୁ କୌଣସି ରାଜନୈତିକ ଦଳ ବା ନେତା ଟ୍ରୋଲ କରିନାହାଁନ୍ତି । ବରଂ ଏଥର ଟ୍ରୋଲ କରିଛନ୍ତି ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଜାଭେଦ ଅଖତରା ।

ନିକଟରେ ଶଶି ଥରୁର ନିଜ ସୋସିଆଲ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ସେ ଏକ ଗାତ ଗାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେହି ଗୀତରେ ସେ ହୀନ୍ଦି ଉଚ୍ଚାରଣ ଭୁଲ କରିଥିଲେ । ଯେଉଁଥିପାଇଁ ଗୀତିକାର ଜାଭେଦ ଅଖତର ତାଙ୍କୁ ଟ୍ରୋଲ କରିଛନ୍ତି । ଭିଡୀଓରେ ସେ ହିନ୍ଦୀ ଫିଲ୍ମର ଗୀତ ‘ଏକ ଅଜନବୀ ହସିନା ସେ ୟୁ ମିଲାକାତ’ ଗୀତ ଗାଉଛନ୍ତି । ତେବେ ଏହି ଗୀତକୁ ରିଟ୍ୱିଟ୍ କରି ଜାଭେଦ ଅକତର ଲେଖିଛନ୍ତି , ବାଃ ! ଆମ ପାଖରେ ବି ହିନ୍ଦୀରେ ଠିକ୍ ଏମିତି ଏକ ଗୀତ ଅଛି । ତେବେ ଗୀତରେ ଶଶି ଥରୁର ଠିକ ଉଚ୍ଚାରଣ କରୁନଥିବାରୁ ଜାଭେଦ ଅଖତରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’