Masthead

ରାଉରକେଲା ରାଜନୀତିରେ ଦିଲ୍ଲୀପଙ୍କ କମ୍ପନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ଓଡ଼ିଶାର ଘରେ ଘରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମୁହଁରେ ଥାଆନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ରାଜନୀତିକ ସକ୍ରିୟତା ଏତେଟା ଦୁଶ୍ୟମାନ ହେଉନଥିବା ବେଳେ ହଠାତ୍ ପୁଣି ରାଉରକେଲାରେ ତାଙ୍କର ଆବିର୍ଭାବ ଘଟିଛି । ରାଜନୀତିକ ସଭା, ସମିତି ଓ ସାମାଜିକ କାର୍ଯ୍ୟଗୁଡିକରେ ଦିଲ୍ଲୀପଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ରାଜନୀତିର ଚାଣକ୍ୟ ଭୂମିକା ସେ ଲିଭାଉଛନ୍ତି । ଦଳ ଗଢିବା ଓ ଚଲାଇବା ନେଇ ତାଙ୍କ ପାଖରେ ରହିଛି ଢେରସାରା ଅଭିଞ୍ଚତା । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦିଲ୍ଲୀପଙ୍କ ସକ୍ରିୟତାକୁ ନେଇ ପ୍ରମୁଖ ରାଜନୀତିକ ଦଳଗୁଡ଼ିକର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । କେଉଁଥିରୁ ଲଢିବେ ନା ସ୍ୱାଧୀନ ଭାବରେ ଉଭାନ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବୋଳେ ରାଉରକେଲାରୁ ସ୍ୱାଧୀନ ଭାବରେ ଲଢିପାରନ୍ତି ବୋଲି ଆକଳନ କରାଯାଉଛି । ଦିଲ୍ଲୀପ କେବଳ ଜଣେ ସଫଳ ବ୍ୟବସାୟୀ ନୁହନ୍ତି, ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ମଧ୍ୟ ।

ସେ ରାଜନୀତିରେ ଥାଆନ୍ତୁ ବା ନଥାନ୍ତୁ, ରାଉରକେଲା ସହ ତାଙ୍କର ରହିଛି ଅତି ନିବିଡ ସମ୍ପର୍କ । ଉଭୟ ରାଉରକେଲା ଓ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଫଳାଫଳ ମଧ୍ୟ ତାଙ୍କ ଉପରେ ନିର୍ଭର କରିଥାଏ । ଯାହା ପ୍ରମାଣିତ ହେଇଛି ଗତ ବିଧାନସଭା ନିର୍ବାଚନରୁ । ତେବେ ଶୁଣିବାକୁ ମିଳିିଛି ଯେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳ ନୁହେଁ, ବରଂ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ରାଉରକେଲାରେ ଦୁଇଦିନ ରହଣିରେ ସେ ୨୨ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ୧୯୮୫ରେ ଦିଲ୍ଲୀପ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ରାଉରକେଲା ଏନ୍ଏସି ନିର୍ବାଚନରେ ବିଜୟୀ ହୋଇ ଅଧକ୍ଷ ହୋଇଥିଲେ । ୧୯୯୬ରୁ ୨୦୦୨ ଓ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଥିଲେ ଦିଲ୍ଲୀପ । ବିଜୁ ପଟ୍ଟନାୟକଙ୍କ ମୃତୁ୍ୟ ପରେ ଦିଲ୍ଲୀପ ଓ ଜନତା ଦଳର କିଛି ନେତାଙ୍କୁ ନେଇ ବିଜେଡି ପ୍ରତିଷ୍ଠା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ