ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହା ହେଲେ ରୋଗୀ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ):  କିଟି କିଟି ଅନ୍ଧାର ରାତି ରେ ଏକ କିମି ଦୂର ଖଟିଆ ଭାର ରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ସେ କୌଣସି ଦୁର୍ଗମ ଅଞ୍ଚଳ ର ରୋଗୀ ନୁହେଁ । ବ୍ଲକ କାର୍ୟ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂର ରେ ଥିବା ଗାଁ ର ଦୃଶ୍ୟ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଘାସି ପଦର ଗାଁ ରେ। ରୋଗୀ ଜଣେ ଅସୁସ୍ଥ ହେବାରୁ ଗାଁ ଲୋକ ସାଙ୍ଗେ ସାଙ୍ଗେ, ୧୦୮ ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲେ।

ପରିତାପର ବିଷୟ ଯେ, ଗାଁ କୁ ଭଲ ରାସ୍ତା ଟିଏ ନ ଥିବା ରୁ, ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ଯାଇ ପାରି ନ ଥିଲା। ଅଧା ବାଟ ଗାଁ ଠାରୁ ଏକ କିମି ଦୂର ପି ଡବ୍ଲୁଡି ରାସ୍ତା ଛକ ନିକଟରେ ଆମ୍ବୁଲାନ୍ସ ଗାଡ଼ି ଅପେକ୍ଷା କରିଥିଲା ଏଥିରେ , ରୋଗୀଙ୍କର ର ସମ୍ପର୍କିୟ ଭାଇ ମାନେ ଏକ ଖଟିଆ ଭାର ରେ ବହି, ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ନେଇ ଭର୍ତ୍ତି କରିଥିଲେ ।ବର୍ତମାନ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ଭଲ ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’