Before Header

ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ, ୩ଗୁରୁତର

0 36

ବସ୍ତା(ବଡ଼ ଖବର ବ୍ୟୁରୋ) ହୋଟେଲରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକରୁ ହେଲା ଭୟଙ୍କର ଅଗ୍ନିକାଣ୍ତରେ ୩ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ସ୍ଥିତ ନନା ହୋଟେଲରେ ଆଜି ରୋଷେଇ ଚାଲୁଥିବା ବେଳେ ହଠାତ ଗ୍ୟାସ ଲିକ୍ ହେବାରୁ ହୋଟେଲ ଭିତରେ ନିଆଁ ଲାଗି ଯାଇଥିଲା ।

ଯାହା ଫଳରେ ରୋଷେଇ ଘରେ ଥିବା ୩ଜଣ ଗୁରୁତର ହୋଇ ଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଂଆ ଲିଭାଇବା ଜାରି ରଖିଛି ।

 

Leave A Reply

Your email address will not be published.