Masthead

ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଚାଇନାରେ ଚାଲିଥିବା ଏସିଆନ୍ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି।ଅରୁଣାଚଳ ପ୍ରଦେଶର ଭାରତୀୟ ଆଥଲେଟ୍ସ ଚାଇନାରୁ ଭିସା ନପାଇବା ଏକ ଭେଦଭାବପୂର୍ଣ୍ଣ ମନୋଭାବ ବୋଲି କହିଛନ୍ତି ଅନୁରାଗ ଠାକୁର ।

ସେ କହିଛନ୍ତି ଯେ, ଚାଇନାର ଏହି ମନୋଭାବ ପକ୍ଷପାତପୂର୍ଣ୍ଣ ଏବଂ ଅଲିମ୍ପିକ ଚାର୍ଟର ବିରୋଧରେ ଏବଂ ଏହା ଭାରତ ପାଇଁ ଗ୍ରହଣୀୟ ନୁହେଁ। ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଖେଳାଳିଙ୍କ ସମର୍ଥନରେ ମୁଁ ମୋର ଚାଇନା ଗସ୍ତକୁ ବାତିଲକରିଛି।ଚାଇନା ଏସିଆନ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନିଜଣ ମହିଳା ୱୁସୁ ଖେଳାଳି, ନିମାନ ୱାଙ୍ଗସୁ, ଅନିଲୁ ଟେଗା ଏବଂ ମାପଙ୍ଗ ଲାମଗୁଙ୍କୁ ଖେଳାଳିଙ୍କ ପାଇଁ ଭିଜା ଦେବାକୁ ପ୍ରତ୍ୟାଖ୍ୟାନ କରିଛି।

ଅନୁରାଗ ଠାକୁରଙ୍କ ବ୍ୟତିତ କିରଣ ରିଜ୍ଜୁ ମଧ୍ୟ ଅରୁଣାଚଳ ପ୍ରଦେଶର ତିନି ଜଣ ଆଥଲେଟଙ୍କ ଭିସା ପ୍ରତ୍ୟାଖନକୁ ନିନ୍ଦା କରିବା ସହ କହିଛନ୍ତି , ଏଭଳି କାର୍ଯ୍ୟ ଉଭୟ କ୍ରୀଡାର ଆତ୍ମା ଏବଂ ଏସୀୟ ଖେଳର ନିୟମକୁ ଉଲଘନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ