ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଚାଇନାରେ ଚାଲିଥିବା ଏସିଆନ୍ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି।ଅରୁଣାଚଳ ପ୍ରଦେଶର ଭାରତୀୟ ଆଥଲେଟ୍ସ ଚାଇନାରୁ ଭିସା ନପାଇବା ଏକ ଭେଦଭାବପୂର୍ଣ୍ଣ ମନୋଭାବ ବୋଲି କହିଛନ୍ତି ଅନୁରାଗ ଠାକୁର ।

ସେ କହିଛନ୍ତି ଯେ, ଚାଇନାର ଏହି ମନୋଭାବ ପକ୍ଷପାତପୂର୍ଣ୍ଣ ଏବଂ ଅଲିମ୍ପିକ ଚାର୍ଟର ବିରୋଧରେ ଏବଂ ଏହା ଭାରତ ପାଇଁ ଗ୍ରହଣୀୟ ନୁହେଁ। ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଖେଳାଳିଙ୍କ ସମର୍ଥନରେ ମୁଁ ମୋର ଚାଇନା ଗସ୍ତକୁ ବାତିଲକରିଛି।ଚାଇନା ଏସିଆନ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନିଜଣ ମହିଳା ୱୁସୁ ଖେଳାଳି, ନିମାନ ୱାଙ୍ଗସୁ, ଅନିଲୁ ଟେଗା ଏବଂ ମାପଙ୍ଗ ଲାମଗୁଙ୍କୁ ଖେଳାଳିଙ୍କ ପାଇଁ ଭିଜା ଦେବାକୁ ପ୍ରତ୍ୟାଖ୍ୟାନ କରିଛି।

ଅନୁରାଗ ଠାକୁରଙ୍କ ବ୍ୟତିତ କିରଣ ରିଜ୍ଜୁ ମଧ୍ୟ ଅରୁଣାଚଳ ପ୍ରଦେଶର ତିନି ଜଣ ଆଥଲେଟଙ୍କ ଭିସା ପ୍ରତ୍ୟାଖନକୁ ନିନ୍ଦା କରିବା ସହ କହିଛନ୍ତି , ଏଭଳି କାର୍ଯ୍ୟ ଉଭୟ କ୍ରୀଡାର ଆତ୍ମା ଏବଂ ଏସୀୟ ଖେଳର ନିୟମକୁ ଉଲଘନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’