ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ):ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶା ଚର୍ଚ୍ଚିତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ତ୍ରୀମୁଖୀ ଲଢେଇ ହେବାକୁ ଯାଉଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ପବିତ୍ର ସାଉଁନ୍ତା ଏବଂ ନିକଟରେ ବିଜେଡି ଟିକଟ୍ ନଦେବାରୁ ବିଜେଡି ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ବିଜେପି ଦଳ ଭରସା କରି ବିଧାୟକ ଟିକଟ୍ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ ହେବାକୁ ଯାଉଛି । ୨୦୧୯ ରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରଭୁ ଜାନି ୫୫ ହଜାର ୨୧୧ ଖଣ୍ଡ ଭୋଟ ପାଇଁ ଥିବା ବେଳେ କଂଗ୍ରେସ ଦଳ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ୪୪ ହଜାର ୯୮୨ ଖଣ୍ଡ ଭୋଟ ପାଇଥିଲେ। ତେବେ ୨୨୯ ଖଣ୍ଡ ଭୋଟ ଅଧିକା ପାଇଁ ପ୍ରଭୁ ଜାନି ବିଧାୟକ ହୋଇଥିଲେ । କିନ୍ତୁ ପୁର୍ବରୁ କଂଗ୍ରେସ ଛାଡି ବିଜେଡି ପରେ ବିଜେପିରେ ସାମିଲ ହୋଇଛନ୍ତି ।

କୈଳାସ ଚନ୍ଦ୍ର କୁଲେସିକା ଏହି ସମୟରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ରାଜନୀତି ନୂଆ କରି ପାଦ ଥାପିଥିବା ଇଂଜିନିୟର ପବିତ୍ର ସାଉଁନ୍ତା ନିର୍ବାଚନ ମଣ୍ଡଳୀ ସଜାଡି ୭ ରୁ ୫ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ବିଜୟ କରାଇ ନିଜକୁ ଜଣେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ପରିଚିତ କରାଇ ନିର୍ବାଚନ ମଣ୍ଡଳୀର ସାନ ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । କୈଳାସ ଓ ପ୍ରଭୁ ନିକଟରେ ପାଞ୍ଚ ପାଞ୍ଚ ବର୍ଷ ବିଧାୟକ ଅଭିଜ୍ଞତା ଥିବା ବେଳେ ପବିତ୍ର ପାଖରେ ତାଙ୍କ ଜେଜେ ବାପାଙ୍କ ଅମଳରୁ ରାଜନୀତି ଓ ଲୋକଙ୍କ ନିକଟତମ ହେବା ଅଭିଜ୍ଞତା ରହିଛି । ତେବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଚାରୋଟି ବ୍ଲକରୁ ପ୍ରାୟ ୧ ଲକ୍ଷ ୭୩ ହଜାର ୬୧୧ ଜଣ ମତଦାତା ଚଳିତ ସାଧାରଣ ନିର୍ବାଚନରେ ତାଙ୍କ ପ୍ରିୟ ନେତାଙ୍କୁ ଭୋଟ ଦେଇ ବାଛିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’