Masthead

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ):ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶା ଚର୍ଚ୍ଚିତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ତ୍ରୀମୁଖୀ ଲଢେଇ ହେବାକୁ ଯାଉଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ପବିତ୍ର ସାଉଁନ୍ତା ଏବଂ ନିକଟରେ ବିଜେଡି ଟିକଟ୍ ନଦେବାରୁ ବିଜେଡି ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ବିଜେପି ଦଳ ଭରସା କରି ବିଧାୟକ ଟିକଟ୍ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ ହେବାକୁ ଯାଉଛି । ୨୦୧୯ ରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରଭୁ ଜାନି ୫୫ ହଜାର ୨୧୧ ଖଣ୍ଡ ଭୋଟ ପାଇଁ ଥିବା ବେଳେ କଂଗ୍ରେସ ଦଳ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ୪୪ ହଜାର ୯୮୨ ଖଣ୍ଡ ଭୋଟ ପାଇଥିଲେ। ତେବେ ୨୨୯ ଖଣ୍ଡ ଭୋଟ ଅଧିକା ପାଇଁ ପ୍ରଭୁ ଜାନି ବିଧାୟକ ହୋଇଥିଲେ । କିନ୍ତୁ ପୁର୍ବରୁ କଂଗ୍ରେସ ଛାଡି ବିଜେଡି ପରେ ବିଜେପିରେ ସାମିଲ ହୋଇଛନ୍ତି ।

କୈଳାସ ଚନ୍ଦ୍ର କୁଲେସିକା ଏହି ସମୟରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ରାଜନୀତି ନୂଆ କରି ପାଦ ଥାପିଥିବା ଇଂଜିନିୟର ପବିତ୍ର ସାଉଁନ୍ତା ନିର୍ବାଚନ ମଣ୍ଡଳୀ ସଜାଡି ୭ ରୁ ୫ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ବିଜୟ କରାଇ ନିଜକୁ ଜଣେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ପରିଚିତ କରାଇ ନିର୍ବାଚନ ମଣ୍ଡଳୀର ସାନ ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । କୈଳାସ ଓ ପ୍ରଭୁ ନିକଟରେ ପାଞ୍ଚ ପାଞ୍ଚ ବର୍ଷ ବିଧାୟକ ଅଭିଜ୍ଞତା ଥିବା ବେଳେ ପବିତ୍ର ପାଖରେ ତାଙ୍କ ଜେଜେ ବାପାଙ୍କ ଅମଳରୁ ରାଜନୀତି ଓ ଲୋକଙ୍କ ନିକଟତମ ହେବା ଅଭିଜ୍ଞତା ରହିଛି । ତେବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଚାରୋଟି ବ୍ଲକରୁ ପ୍ରାୟ ୧ ଲକ୍ଷ ୭୩ ହଜାର ୬୧୧ ଜଣ ମତଦାତା ଚଳିତ ସାଧାରଣ ନିର୍ବାଚନରେ ତାଙ୍କ ପ୍ରିୟ ନେତାଙ୍କୁ ଭୋଟ ଦେଇ ବାଛିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ