Masthead

ଭଲ ଫସଲ ଅମଳ କରିବାକୁ ଆଶା ବାନ୍ଧିଥିବା ଚାଷୀର ଚିନ୍ତା ବଢ଼଼ାଇଲାଣି ଚକଡ଼ା ଓ ଗୁଣ୍ଡି ପୋକ

ହରିଶଚନ୍ଦ୍ରପୁର(ବଡ଼ ଖବର ବ୍ୟୁରୋ); କେତେ ବେଳେ ବର୍ଷା ଅଭାବ ତ କେତେ ବେଳେ ବନ୍ୟା ,ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସଲ କ୍ଷତି ଯୋଗୁ ଚାଷୀର ମୁଣ୍ଡରେ ଚଡକ ପଡିଥାଏ । ଖରା,ବର୍ଷା ଓ ଶୀତ କୁ ଖାତିର ନକରି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ କ୍ଷେତରେ ଫସଲ ଉତ୍ପାଦନ କରିଥାଏ । ଭଲ ଫସଲ ଅମଳ କରିବାକୁ ଆଶା ବାନ୍ଧିଥିବା ଚାଷୀର ଚିନ୍ତା ବଢ଼଼ାଇଲାଣି ଚକଡ଼ା ଓ ମାଟିଆ ଗୁଣ୍ଡି ପୋକ।ଚଳିତ ବର୍ଷ ଚକଡା ପୋକ କେନ୍ଦୁଝର ଜିଲ୍ଲାରଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।

କେନ୍ଦୁଝରର ଜିଲ୍ଲାର ୮୦୦ ହେକ୍ଟର ଜମିରେ ଏହି ପୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ଓ ଅମଳ ଭଲ ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲାରେ ମୋଟ ୧ଲକ୍ଷ ୬୦ ହଜାର ହେକ୍ଟରରୁ ଅଧିକା ଜମିରେ ଧାନଫସଲ କରାଯାଇଥିବା ଜଣାପଡ଼ିଛି। ଆଉ ଅଳ୍ପଦିନର ପରିଶ୍ରମ ପରେ ଚାଷୀ ତାର ପରିଶ୍ରମର ଫଳ ପାଇବାକୁ ଯାଉଥିବା ବେଳେ ଜିଲ୍ଲାର ୧୧ ଗୋଟି ବ୍ଲକର ହେକ୍ଟର ହେକ୍ଟର ଧାନ କ୍ଷେତରେ ମାଟିଆଗୁଣ୍ଡି ଓ ଚକଡ଼ାପୋକ ଜମିରେ ଧାନ ଫସଲ ନଷ୍ଟ କରୁଥିବା ଜଣାପଡ଼ିବା ପରେ ଚାଷୀ ଚିନ୍ତାରେ ପଡ଼ିଛି। ବେଳ ଥାଉଁ ଏହାର ନିରାକରଣ ନହେଲେ ପରିସ୍ଥିତି ସାଂଘାତିକ ହେବାର ସମ୍ଭାବନା ରହିଥିବା ବେଳେ କୃଷି ବିଭାଗକୁ ଏହା ଚ୍ୟାଲେଞ ସୃଷ୍ଟି କଲାଣି। ପୋକ ପ୍ରଭାବରୁ ଧାନ କ୍ଷେତ ଗୁଡିକରେ ଧାନ କ୍ଷେତ ଅସମୟରେ ପାଚିଲା ଭଳି ଦେଖାଯାଉଛି। ପାଖକୁ ଗଲେ କ୍ଷେତରେ ପୋକ ଲାଗି ଫସଲ ନଷ୍ଟ କରୁଥିବା ଦେଖାଯାଉଛି।

ତେବେ ଚାଷୀ ଙ୍କ କହିବା ମୁତାବକ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜମି କୁ ପରିଦର୍ଶନ ରେ ଆସିବା ତ ଦୂର କଥା କୌଣସି ଫଳ ମଧ୍ୟ ମିଳୁନି।ଏହି ପୋକ ଏବେ ଏକର ଏକର ଫସଲ ନଷ୍ଟ କରିସାରିଥିବା ଦେଖିବାକୁ ମିଳିଛି ।ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବୃଷ୍ଟିପାତ ହୋଇଥିବା ବେଳେ ଭଲ ଚାଷ ମଧ୍ୟ ହୋଇଛି । କିନ୍ତୁ ଚଳିତ ବର୍ଷ ଚକଡା ପୋକ ବ୍ୟପକ ଫସଲ ନଷ୍ଟ କରିବା ପରେ ଏବେ ଚାଷୀ ହତାସ ହୋଇପଡିଛି । ଯାହାକି ଦେଖିବାକୁ ମିଳିଛି ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଧାର କରଜ କରି ଚାଷକରିଥିବା ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଗ୍ରାମର ବହୁ ଚାଷୀଙ୍କ ଧାନ କିଆରିରେ ଚକଡା ପୋକ ରହି ବ୍ୟାପକ ଧାନ ଗଛ ନଷ୍ଟ କରିବାରେ ଲାଗିଛନ୍ତି । ଫଳରେ ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଯାଇଛି । ବର୍ଷ ଯାକ କଷ୍ଟ କରି ବର୍ତମାନ ଧାନ ଅମଳ କରିବା ସମୟରେ ଏଭଳି ପରିସ୍ଥିତି ଯୋଗୁ ଚାଷୀ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେତେ ଔଷଧ ଛିଞ୍ଚନ କଲେବି ଚକଡା ପୋକକୁ ରୋକିବା ସମ୍ଭବପର ହେଉନଥିବା ଚାଷୀ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍