ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାରେ ହେବ ସିଧାପ୍ରସାରଣ : ହାଇକୋର୍ଟ

କଟକ (ବଡ଼ ଖବର ବ୍ୟୁରୋ) : ସାଧାରଣ ଲୋକ ଦେଖିପାରିବେ ହାଇକୋର୍ଟ ମାମଲାର ଶୁଣାଣି । ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାରେ ହେବ ସିଧାପ୍ରସାରଣ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ଓଡ଼ିଶା ବିଚାର ବିଭାଗ କ୍ଷେତ୍ରରେ ଆଉ ଏକ ନୂଆ ଐତିହାସିକ ପଦକ୍ଷେପ ଯୋଡି ହୋଇଛି । ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସେଡିଂ ରୁଲ-୨୦୨୧ ପ୍ରଣୟନ କରାଯାଇ ବିଜ୍ଞପ୍ତି କରାଯାଇଛି ।

କେଉଁ ମାମଲାକୁ ସିଧାପ୍ରସାରଣ କରାଯିବ ଓ କେଉଁ ମାମଲାକୁ ସିଧାପ୍ରସାଣ କରାଯିବ ନାହିଁ ତାହା ଉଲ୍ଲେଖ ରହିଛି । ଲାଇଭ ଟେଲିକାଷ୍ଟରେ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ କରାଯିବ । ଏବଂ ପ୍ରସାରଣ ସମୟରେ ଉଭୟ ଅଡ଼ିଓ ଓ ଭିଡ଼ିଓ ରହିବ । କେସର ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେସାଇଟ୍ କିମ୍ବା କେସ୍ ତାଲିକାରେ ଉଲ୍ଲେଖ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି । ସବୁ କ୍ଷେତ୍ରରେ ଏହି ମାମଲା ଗୁଡ଼ିକର ଲାଇଭ ଟେଲିକାଷ୍ଟ କରାଯିବ ନାହିଁ । ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ବଳାତ୍କାର ମାମଲା, ମହିଳା ନିର୍ଯ୍ୟାତନା ମାମଲା, ଶିଶୁ ଯୌନ ନିର୍ଯାତନା, ହେବିଅସ କର୍ପସ ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି, ସେ ସବୁ ଶୁଣାଣିର ଲାଇଭ୍ ଟେଲିକାଷ୍ଟ ଉପରେ କଟକଣା ରହିବ । ଏହାସହ ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି ଚାହିଁଲେ ଏହି ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରିପାରିବେ । କିନ୍ତୁ କେଉଁ କାରଣ ପାଇଁ ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ, କେଉଁ ମାମଲା, କେଉଁ ତାରିଖ ଓ ସମୟ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ । ଲାଇଭ ଷ୍ଟ୍ରିମିଂ ସମୟରେ କମେଣ୍ଟ ମି୍ବା ଚାଟିଂ ଅନୁମତି ଦିଆଯିବ ନାହିଁ । ସିଧାପ୍ରସାରଣ ସମୟରେ ଏହାର କପି କାହାକୁ ଦିଆଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’