Masthead

୬୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ବଡ ସଫଳତା  । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃ ରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରାଚାରଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବେଶ ତତ୍ପର ହୋଇ ପଡିଥିଲେ । ସଦର ଏସଡିପିଓଙ୍କ ନେତୃତ୍ୱରେ ଆଇଆଇସି ଓ ସ୍ବତନ୍ତ୍ର ସ୍କାର୍ଡର ପୋଲିସ କର୍ମଚାରୀ ମାନେ ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଏକ କଣ୍ଟେନର ଉପରେ ଚଢାଉ କରିଥିଲେ । କଣ୍ଟେନରରୁ ଜରି ବସ୍ତାରେ ପ୍ୟାକେଟିଂ କରାଯାଇଥିବା ୭ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ପୋଲିସ ଗଂଜେଇ ବୋଝେଇ କଣ୍ଟେନର ଜବତ କରିବା ସହିତ ଆନ୍ତଃ ରାଜ୍ୟ ଚୋରା ଚାଲାଣକାରୀ ଦୁଇ ଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ପ୍ରଦେଶର ଶୈଳେଶ କୁମାର ମିଶ୍ର ଓ ଉତ୍ତର ପ୍ରଦେଶର ଉମାଶଙ୍କର ପାଣ୍ଡେ । ବୌଦ୍ଧ ଜିଲ୍ଲା ଶଗଡା ଅଂଚଳରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଉଭୟ ଗଞ୍ଜେଇ ମାଫିଆ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ତାର ପୋଲିସ ଅନୁସନ୍ଧାନ କରୁଥିବା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜେଇ ବରଗଡ ଜିଲ୍ଲା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ କରୁଥିବା ପୋଲିସ ଜାଣି ପାରିଛି । ଜବତ ହୋଇଥିବା ଗଂଜେଇର ବ୍ୟବସାୟୀକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରାଯାଇଥିବାବେଳେ ଗାଡିର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ