Masthead

ଆଜିଠୁ ଜନ୍ତର ମନ୍ତରଠାରେ କୃଷକଙ୍କ ଧାରଣା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ପ୍ରଦର୍ଶନ କରିବାକୁ କୃଷକଙ୍କୁ ମିଳିଛି ଅନୁମତି। ଗୁରୁବାରଠାରୁ ରାଜଧାନୀ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଧାରଣା ଦେବେ କୃଷକ । ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବାଧିକ ୨୦୦ ପ୍ରଦର୍ଶନକାରୀ କୃଷକଙ୍କୁ ଧାରଣା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାର ଆଦେଶ ମଧ୍ୟ ଜାରି କରାଯାଇଛି। ସଂସଦର ପ୍ରତ୍ୟେକ କାର୍ଯ୍ୟ ଦିବସରେ ମୌସୁମୀ ଅଧିବେଶନ ଶେଷ ନହେବା ପର୍ଯ୍ୟନ୍ତ କୃଷକମାନେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି।

ଧାରଣା ପୂର୍ବରୁ ବୁଧବାର ଅପରାହ୍ନରେ କୃଷକ ନେତା ଯୁଦ୍ଧବୀର ମଲିକ, ନୂଆ ଦିଲ୍ଲୀର ଜଏଣ୍ଟ କମିସନର ଯଶପାଲ ସିଂହ, ଡିସିପି ଦୀପକ ଯାଦବ ସମେତ ଅନେକ ଅଧିକାରୀ ଜନ୍ତରମନ୍ତର ପହଞ୍ଚିଥିଲେ। ସେଠାରେ ଆନ୍ଦୋଳନସ୍ଥଳର ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଦର୍ଶନ ହେଲେ ଅଲଗା ଅଲଗା ସୀମାରୁ ଆସୁଥିବା କୃଷକ କେଉଁଠି ବସିବେ ସେ ସଂପର୍କରେ ଆଲୋଚନା ମଧ୍ୟ କରାଯାଇଛି । କୃଷକ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଗୁରୁବାରଠୁ ପ୍ରତିଦିନ ୨୦୦ କୃଷକ ସିଙ୍ଘୁ ବର୍ଡରରୁ ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ।

ଦିଲ୍ଲୀ ପୋଲିସ ଖୋଦ୍ କୃଷକଙ୍କୁ ଜନ୍ତରମନ୍ତର ପର୍ଯ୍ୟନ୍ତ ନେଇଯିବେ। କୃଷକଙ୍କ କହିବା ଅନୁଯାୟୀ, ସେମାନେ ସଂସଦ ବାହାରେ ନିଜର କୃଷକ ସଂସଦ ଆୟୋଜନ କରିବେ। ପ୍ରତିଦିନ ୨୦୦ କୃଷକଙ୍କୁ ପରିଚୟ ପତ୍ର ଦିଆଯିବ, ଯେଉଁମାନେ ସଂସଦ ପର୍ଯ୍ୟନ୍ତ ମରାଲି କରିବେ। ଯଦି ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଏ ତେବେ ବିନା ବାଧାରେ ଗିରଫ ହେବାକୁ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି । ଦିଲ୍ଲୀ ପୋଲିସର କହିବାନୁସାରେ, ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାଙ୍କ ସହିତ ଆଲୋଚନା କରି କୃଷକଙ୍କକୁ ଜନ୍ତର ମନ୍ତର ଅଣାଯିବ।

ପ୍ରାୟ ୨୦୦ କୃଷକ ବସ ମାଧ୍ୟମରେ ସକାଳ ୧୦ଟା ୩୦ରେ ଜନ୍ତର ମନ୍ତରରେ ପହଞ୍ଚିବେ। ସେମାନେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ। ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବଳର ୫-୫ କମ୍ପାନୀକୁ ମୁତୟନ କରାଯିବ। ସମସ୍ତ କୃଷକଙ୍କୁ ପରିଚୟ ପତ୍ର ଯାଞ୍ଚ ପରେ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏହାପରେ ସନ୍ଧ୍ୟା ୫ଟାରେ କୃଷକ ଜନ୍ତର ମନ୍ତରରୁ ଫେରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ