ଜାମ୍ମୁକାଶ୍ମୀର (ବଡ଼ ଖବର ବ୍ୟୁରୋ): ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ । ୧୦ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୩୦ରୁ ଅଧିକ ଆହାତ ହୋଇଛନ୍ତି । ବସଟି ଅମୃତସରରୁ ବୈଷ୍ଣୋଦେବୀ ଯାଉଥିଲା । ଜାତୀୟ ରାଜପଥ- ୪୪ରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ୭୫ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।