ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ଅଡ଼ୁଆରେ ଫଶିବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବଜରଙ୍ଗ ଦଳକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଫଶିବାକୁ ଯାଉଛନ୍ତି ଖଡ଼ଗେ । ବଜରଙ୍ଗ ଦଳକୁ ମାନହାନୀ ମାମଲାରେ ତାଙ୍କୁ ସମନ ଜାରି କରାଯାଇଛି। ସଙ୍ଗରୁରର ଜିଲା ଅଦାଲତର ସିଭଲ ଜଜ ରମନଦୀପ କୌର ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ଖଡ଼ଗେଙ୍କୁ ସମନ ଜାରି କରିଛନ୍ତି। ହିନ୍ଦୁ ସୁରକ୍ଷା ପରିଷଦ ବଜରଙ୍ଗ ଦଳ ହିନ୍ଦ ପ୍ରତିଷ୍ଠାତା ହିତେଶ ଭରଦ୍ବାଜ ସଙ୍ଗରୁର କୋର୍ଟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଆବେଦନ କରିଛନ୍ତି।