Masthead

୨୪ ଘଣ୍ଟାରେ ୧୨ ବଙ୍କର ଧ୍ୱଂସ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଥମୁନି ମଣିପୁର ହିଂସା । ହିଂସା ରୋକିବା ପାଇଁ ମଣିପୁରରେ ସେନା ଓ ଯବାନମାନେ କରିଛନ୍ତି ଏକ ସ୍ୱତନ୍ତ୍ର ତଲାସି ଅଭିଯାନ । ଶନିବାର ଏହି ଅଭିଯାନରେ ୧୨ ଜଣ ଉଗ୍ରପନ୍ଥୀଙ୍କୁ ଗିରଫ କରିଥିଲେ । କିନ୍ତୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧୨୦୦ରୁ ଊର୍ଦ୍ଧ୍ୱ ଲୋକେ ଏମାନଙ୍କୁ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ ତଲାସି ଅଭିଯାନକୁ ଜୋରଦାର କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବଳ ୧୨ଟି ବଙ୍କର ଧ୍ୱଂସ କରିବା ସହ ୬ଟି ମୋର୍ଟାଲ ସେଲ୍ ଜବତ କରିଛି। ତଲାସି ସମୟରେ ସାହୁମ୍ଫାଇସ୍ଥିତ ଏକ ଧାନଜମିରୁ ୩ଟି ୫୧ ଏମ୍‌ଏମ୍ ଏବଂ ଅନ୍ୟ ୩ଟି ୮୪ଏମ୍‌ଏମ୍ ମୋର୍ଟାଲ ସେଲ୍ ମିଳିଥିଲା। ବିଷ୍ଣୁପୁର ଜିଲାର କାଙ୍ଗଭାଇ ଏବଂ ଏସ୍. କୋଟଲିଆନ୍ ଗ୍ରାମ ନିକଟରୁ ଆଇଇଡି ଜବତ ହୋଇଛି। ମଣିପୁର ହିଂସାକାଣ୍ଡ ଆରମ୍ଭ ହେବା ଦିନରୁ ବର୍ତ୍ତମାନ ସୁଦ୍ଧା ୧,୧୦୦ ଅସ୍ତ୍ରଶସ୍ତ୍ର, ୧୩,୭୦୨ ଗୁଳିଗୋଳା ଓ ୨୫୦ ବୋମା ଜବତ ହେଲାଣି। ହିଂସା ମାମଲାରେ ପୋଲିସ ୧୩୫ ଜଣଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି