Masthead

୨୪ ଘଣ୍ଟାରେ ୧୨ ବଙ୍କର ଧ୍ୱଂସ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଥମୁନି ମଣିପୁର ହିଂସା । ହିଂସା ରୋକିବା ପାଇଁ ମଣିପୁରରେ ସେନା ଓ ଯବାନମାନେ କରିଛନ୍ତି ଏକ ସ୍ୱତନ୍ତ୍ର ତଲାସି ଅଭିଯାନ । ଶନିବାର ଏହି ଅଭିଯାନରେ ୧୨ ଜଣ ଉଗ୍ରପନ୍ଥୀଙ୍କୁ ଗିରଫ କରିଥିଲେ । କିନ୍ତୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧୨୦୦ରୁ ଊର୍ଦ୍ଧ୍ୱ ଲୋକେ ଏମାନଙ୍କୁ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ ତଲାସି ଅଭିଯାନକୁ ଜୋରଦାର କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବଳ ୧୨ଟି ବଙ୍କର ଧ୍ୱଂସ କରିବା ସହ ୬ଟି ମୋର୍ଟାଲ ସେଲ୍ ଜବତ କରିଛି। ତଲାସି ସମୟରେ ସାହୁମ୍ଫାଇସ୍ଥିତ ଏକ ଧାନଜମିରୁ ୩ଟି ୫୧ ଏମ୍‌ଏମ୍ ଏବଂ ଅନ୍ୟ ୩ଟି ୮୪ଏମ୍‌ଏମ୍ ମୋର୍ଟାଲ ସେଲ୍ ମିଳିଥିଲା। ବିଷ୍ଣୁପୁର ଜିଲାର କାଙ୍ଗଭାଇ ଏବଂ ଏସ୍. କୋଟଲିଆନ୍ ଗ୍ରାମ ନିକଟରୁ ଆଇଇଡି ଜବତ ହୋଇଛି। ମଣିପୁର ହିଂସାକାଣ୍ଡ ଆରମ୍ଭ ହେବା ଦିନରୁ ବର୍ତ୍ତମାନ ସୁଦ୍ଧା ୧,୧୦୦ ଅସ୍ତ୍ରଶସ୍ତ୍ର, ୧୩,୭୦୨ ଗୁଳିଗୋଳା ଓ ୨୫୦ ବୋମା ଜବତ ହେଲାଣି। ହିଂସା ମାମଲାରେ ପୋଲିସ ୧୩୫ ଜଣଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା