Masthead

ବଦଳିଲେ ଦେଶର ୧୨ ରାଜ୍ୟପାଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲେ ଦେଶର ୧୨ ରାଜ୍ୟପାଳ । ଝାଡଖଣ୍ଡ, ଆସାମ, ହିମାଚଳପ୍ରଦେଶ, ମଣିପୁର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ସିକିିମ, ଛତିଶଗଡ଼, ନାଗାଲାଣ୍ଡ, ବିହାର, ମହାରାଷ୍ଟ୍ର ରାଜ୍ୟପାଳ ଓ ଲଦାଖ ରାଜ୍ୟପାଳଙ୍କ ଇସ୍ତଫା ଗୃହିତ । ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ନୂଆ ରାଜ୍ୟପାଳ ନିଯୁକ୍ତ । ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତଙ୍କ ଇସ୍ତଫାକୁ ସ୍ୱୀକାର କରିନେବା ସହ ଝାଡଖଣ୍ଡର ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ।

ସେହିଭଳି ଆସାମର ରାଜ୍ୟପାଳ ଭାବେ ଗୁଲାବ ଚନ୍ଦ୍ର କଟାରିଆ, ଶିବ ପ୍ରସାଦ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ, ଅବସରପ୍ରାପ୍ତ ବ୍ରିଗ୍ରେଡୟିର ବିଡି ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ, ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକଙ୍କୁ ଅରୁଣାଚଳପ୍ରଦେଶ, ମଣିପୁରର ରାଜ୍ୟପାଳ ଭାବେ ଅନୁସୂୟା ୱିକି, ନାଗାଲାଣ୍ଡର ରାଜ୍ୟପାଳ ଭାବେ ଏଲ୍‌, ଗଣେଶନ, ମେଘାଳୟର ରାଜ୍ୟପାଳ ଭାବେ ଫାଗୁ ଚୌହ୍ୱାନ, ବିହାରର ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଆନ୍ଧ୍ରପଦେଶର ରାଜ୍ୟପାଳ ଭାବେ ପୂର୍ବତନ ବିଚାରପତି ଏସ. ଅବଦୁଲ ନଜୀର, ଝାଡଖଣ୍ଡର ରାଜ୍ୟପାଳ ଭାବେ ସିପି ରାଧାକୃଷ୍ଣନ, ସିକ୍କିମର ରାଜ୍ୟପାଳ ଭାବେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି