Before Header

ଉତ୍ସବମୁଖର ଅଯୋଧ୍ୟା, ଆଜିଠୁ ଆରମ୍ଭ ହେବ ପ୍ରାଣପ୍ରତିଷ୍ଠା ରୀତିନୀତି

0 1,193

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ସାହିତ ଅଯୋଧ୍ୟା । ଉଦ୍ଭାସିତ ଅଯୋଧ୍ୟା । ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ । କାହିଁକି ନା ବିରାଜିବେ ରାମଲାଲା । ଆଉ ମାତ୍ର କେଇଟା ଦିନ । ହେଲେ ବୋଲ ମାନୁନି ମନ । ଆରମ୍ଭ ହେଲାଣି ସାଜସଜ୍ଜା । ବାଜିଲାଣି ମୃଦଙ୍ଗ ବାଜା । ଅନ୍ତ ହେବ ୫ ଶହ ବର୍ଷର ପ୍ରତୀକ୍ଷା । ନିଜ ଜନ୍ମସ୍ଥଳୀକୁ ବା ଦିବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ଚୂଡାନ୍ତ ହୋଇ ସାରିଛି ବିଗ୍ରହ ଚୟନ । କୃଷ୍ଣ ଶିଳାରେ ଚମିକିବେ ପୁରୁଷୋତ୍ତମ । ଆରମ୍ଭ ହୋଇଗଲାଣି ପଣ୍ଡିତଙ୍କ ମନ୍ତ୍ରଧ୍ୱନି । ଅଯୋଧ୍ୟା ରେ ପ୍ରକମ୍ପିତ ହେଲାଣି ଶ୍ରୀରାମ ଧ୍ୱନି । ପ୍ରାଣପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି ।

୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତ୍ତି । ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ଏନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହା ପୂର୍ବରୁ ୧୮ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ୫ବର୍ଷ ବାଳକ ସ୍ୱରୁପର ପ୍ରତିମା ସ୍ଥାପନ କରାଯିବ ।

ସେପଟେ ଅଯୋଧ୍ୟାରେ ଗୁଜୁରାଟରୁ ଅଣାଯାଇଥିବା ୧୦୮ ଫୁଟ ଅଗରବତୀକୁ ଜଳାଯାଇଛି । ଏହି ଅଗରବତୀ ରାମ ଜନ୍ମଭୂମୀ ପରିବେଶକୁ ସୁଗନ୍ଧିତ କରିବ । ଏହି ଅଗରବତୀ ହର୍ବାଲ ଉପରେ ତିଆରି କରାଯାଇଛି । ଯେଉଁଥିରେ ପରିବେଶକୁ କୌଣସି କ୍ଷତି ପହଁଚିବ ନାହିଁ । ଏହି ଅଗରବତୀ ପୁରା ଦେଢ ମାସ ପର୍ଯ୍ୟନ୍ତ ଜଳିବ । ଏଥିସହ ଏହାର ସୁଗନ୍ଧ ବହୁ ଦୂର ପର୍ୟ୍ୟନ୍ତ ମହକିବ । ଏହି ଅଗତବତୀକୁ ଗୁଜରାଟର ବଡୋଦରାରେ ତିଆରି କରାଯାଇଛି । ଏହି ୧୮୦ ଫୁଟ ଲମ୍ବ ଧୂପକାଠିର ଚଉଡା ୩.୫ ଫୁଟ । ଏହାର ଓଜନ ୩,୬୧୦ କିଲୋଗ୍ରାମର ରହିଛି ।

Leave A Reply

Your email address will not be published.