Masthead

ଚକଧର ଜଳ ପ୍ରକଳ୍ପକୁ ବିରୋଧ ଜାରି, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ (ବଡ଼ ଖବର ବ୍ୟୁରୋ): ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା । ଚକଧର ଜଳପ୍ରକଳ୍ପ ପାଇଁ ତେଲକୋଇ ଅଞ୍ଚଳରେ ବିରୋଧ ଜାରି । ପୁଣି ଥରେ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ଏହାସହିତ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ରହିଛି । ଖବର ଅନୁଯାୟୀ, ଅଗଷ୍ଟ ୨୭ ତାରିଖରେ ତେଲକୋଇ ବିଶାଳ ରାଲି ସହିତ ଦୋକାନ ବଜାର ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।

ଏହାପରେ ସେପ୍ଟେମ୍ବର ୧୨ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥରେ ୧୨ ଘଣ୍ଟିଆ ବନ୍ଦ ଅବରୋଧ ହୋଇଥିଲା । ଆଉ ଏବେ ପୁଣି ଥରେ ତେଲକୋଇ ବଜାର ସହିତ ଜଗମୋହନପୁର ବଜାର ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜାର ସହ ସ୍କୁଲ କଲେଜ ସରକାରୀ-ବେସରକାରୀ ଅଫିସ ବନ୍ଦ ରହିଛି । ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଚକଧର ଜଳ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କାରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ