Masthead

କୋଲକାତାକୁ ବିଜୟ ଭେଟି ଦେଲେ ରାହୁଲ ତ୍ରିପାଠୀ

 

ଆବୁଧାବି (ବଡ଼ ଖବର ବ୍ୟୁରୋ) : ଆଇପିଏଲର ୨୧ତମ ମ୍ୟାଚରେ ଚେନ୍ନାଇକୁ ୧୦ରନରେ ପରାସ୍ତ କରିଛି କୋଲକାତା। କୋଲକାତା ଏହି ବିଜୟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି । ସେନ ଓ୍ଵାଟସନଙ୍କ ଅର୍ଦ୍ଧଶତକ ମଧ୍ୟ ଚେନ୍ନାଇକୁ ଚତୁର୍ଥ ପରାଜୟରୁ ବଞ୍ଚାଇ ପାରିନାହିଁ। ଗତ ମ୍ୟାଚ୍‌କୁ ୧୦ ଓ୍ଵିକେଟ୍‌ରେ ଜିତିଥିବା ଚେନ୍ନାଇ ଆଜି ୧୦ରନରେ କୋଲକାତା ହାତରୁ ପରାଜିତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିବା କୋଲକାତା ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ୮୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୧୬୭ ରନ କରିଥିଲା । ଚେନ୍ନାଇ ତରଫରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା ୨ଟି, ସାମ କରନ ୨ଟି ଓ ଶାର୍ଦ୍ଦୁଳ ଠାକୁର ମଧ୍ୟ ୨ଟି ଓ୍ଵିକେଟ୍ ନେଇଥିଲେ।
୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଓପନିଂ ଯୋଡି ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ୯୯ ରନ ସ୍କୋରରେ ଅମ୍ବତି ରାୟୁଡୁ ୩୦ ରନ କରି ପାଭିଲିୟନ ଫେରିବା ପରେ ଚେନ୍ନାଇର ବ୍ୟାଟିଂ ବିପର୍ଯୟ ଆରମ୍ଭ ହୋଇଥିଲା । ଚେନ୍ନାଇ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା । ଚେନ୍ନାଇ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, କମଲେସ ନାଗରକୋଟି,  ସୁନିଲ ନାରିନେ,  ଆନ୍ଦ୍ରେ ରସେଲ ଓ ଶିବମ ମାଭି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ବିଜୟୀ ଭେଟି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ