Masthead

ଆର୍ଯ୍ୟନ ଖାନଙ୍କ ସହ ଧରାପଡିଥିବା ମୁନମୁନ କିଏ ?

ମୁମ୍ବାଇ( ବଡ଼ ଖବର ବ୍ୟୁରୋ) :  ରବିବାର ଡ୍ରଗ୍ସ ଲିଙ୍କ ମାମଲାରେ ଧରାପଡିଛନ୍ତି ବଲିଉଡ କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତକାଲି ତାଙ୍କୁ ଗିରଫ କରିଛି । ଏହି ମାମଲାରେ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ଅଭିଯୁକ୍ତଙ୍କ ମଧ୍ୟରେ ମୁନମୁନ ଧମେଚା, ନୂପୁର ସାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ । କିନ୍ତୁ ଏବେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ମୁନମୁନ ଧମେଜାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି । ତେବେ କିଏ ଏହି ମୁନମୁନ ଧମେଚା ?

ଅରବାଜ ସେଥ ମର୍ଚାଣ୍ଟ ଆର୍ଯ୍ୟନଙ୍କ ଘନିଷ୍ଠ ବନ୍ଧୁ ହୋଇଥିବା ବେଳେ ମୁନମୁନ ଧମେଚା ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝୀଅ । ସେ ଜଣେ ଫ୍ୟାସନ ଡିଜାଇନର । ତେବେ ଏହି ୩୯ ବର୍ଷୀୟ ମୁନମୁନଙ୍କୁ ଗତକାଲି ଏନସିବି ଗରଫ କରିଥିଲା । ମୁନମୁନଙ୍କ ଘର ମଧ୍ୟପ୍ରଦେଶରେ । ଗତ ବର୍ଷ ମୁନମୁନଙ୍କ ମାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ଏବେ ଜଣେ ଭାଇ ଅଛନ୍ତି । ତେବେ ମୁନମୁନ ଦିଲ୍ଲୀ ଆସିବା ପୂର୍ବରୁ କିଛି ଦନ ଭୋପାଳରେ ରହୁଥିଲେ । ମୁନମୁନଙ୍କର ଅନେକ ସେଲିବ୍ରେଟି ମାନଙ୍କ ସହ ପରିଚୟ ମଧ୍ୟ ରହିଛି । ବିଶେଷକରି ଅକ୍ଷୟ କୁମାର, ବିକି କୌଶଲ ଭଳି ଷ୍ଟାରମାନେ ତାଙ୍କୁ ସୋଶିଆଲ ମିଡିଆରେ ଫଲୋ କରିଛନ୍ତି । ଧରା ପଡିଥିବା ଆରବାଜ ମର୍ଚାଣ୍ଟ ଜଣେ ଅଭିନେତା ହୋଇଥିବା ବେଳେ ସେ ଆର୍ଯ୍ୟନ ଖାନଙ୍କ ବନ୍ଧୁ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା