ଭାରତ ସହ ବୈଦେଶିକ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହୁଁଛି ଇସ୍ରାଇଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇସ୍ରାଇଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ନେଫଟାଲୀ ବେନେଟ ଇସ୍ରାଇଲର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଇସ୍ରାଇଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଭାରତର ବୈଦେଶିକ ସମ୍ପର୍କ କ’ଣ ହେବ ତାକୁ ନେଇ ବହୁ କଳ୍ପନା ଜଳ୍ପନା ହୋଇଥିଲା । ତେବେ ଇସ୍ରାଇଲର ବୈଦେଶିକ ମନ୍ତ୍ରୀ ୟେର ଲାପିଡ଼ କହିଛନ୍ତି ଯେ, ଭାରତ ସହ ରାଜନୈତିକ ସମ୍ପର୍କ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରାଯିବ । ଏହି ବୟାନ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରୁଛି କାରଣ ଋଷ ପରେ ଇସ୍ରାଇଲରୁ ହିଁ ଭାରତ ଅଧିକ ଅସ୍ତ୍ରଶସ୍ତ୍ର କିଣିଥାଏ ।

ସୂଚନାଯୋଗ୍ୟ, ବେଞ୍ଜାମିନ ନେତନ୍ୟାହୁ ସଂସଦରେ ଅଳ୍ପମତ ପାଇବା ପରେ ତାଙ୍କର ଦୀର୍ଘ ୧୨ ବର୍ଷ ଧରି ରାଜୁତି ଶେଷ ହୋଇଥିଲା । ନେତନ୍ୟାହୁଙ୍କ ପରେ ନେଫଟାଲୀ ବେନେଟ୍ ରବିବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ବୈଦେଶିକ ମନ୍ତ୍ରୀ ଭାବେ ଲାପିଡ୍ କାର୍ୟ୍ୟଭାର ଗ୍ରହଣ କରିଥିଲେ । ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଶୁଭେଚ୍ଛା ମେସେଜର ଟ୍ୱିଟରରେ ଉତ୍ତର ରଖିଥିଲେ ଲାପିଡ୍ ।ସେ କହିଥିଲେ ଯେ, ଉଭୟ ଦେଶ ମିଳିତ ଭାବେ ରାଜନୈତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ କାମ କରିବେ । ଏହାସହ ଅତିଶୀଘ୍ର ଇସ୍ରାଏଲ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରିବ ବୋଲି ମଧ୍ୟ ଲାପିଡ୍ ଉଲ୍ଲେଖ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!