Masthead

ଭାରତ ସହ ବୈଦେଶିକ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହୁଁଛି ଇସ୍ରାଇଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇସ୍ରାଇଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ନେଫଟାଲୀ ବେନେଟ ଇସ୍ରାଇଲର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଇସ୍ରାଇଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଭାରତର ବୈଦେଶିକ ସମ୍ପର୍କ କ’ଣ ହେବ ତାକୁ ନେଇ ବହୁ କଳ୍ପନା ଜଳ୍ପନା ହୋଇଥିଲା । ତେବେ ଇସ୍ରାଇଲର ବୈଦେଶିକ ମନ୍ତ୍ରୀ ୟେର ଲାପିଡ଼ କହିଛନ୍ତି ଯେ, ଭାରତ ସହ ରାଜନୈତିକ ସମ୍ପର୍କ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରାଯିବ । ଏହି ବୟାନ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରୁଛି କାରଣ ଋଷ ପରେ ଇସ୍ରାଇଲରୁ ହିଁ ଭାରତ ଅଧିକ ଅସ୍ତ୍ରଶସ୍ତ୍ର କିଣିଥାଏ ।

ସୂଚନାଯୋଗ୍ୟ, ବେଞ୍ଜାମିନ ନେତନ୍ୟାହୁ ସଂସଦରେ ଅଳ୍ପମତ ପାଇବା ପରେ ତାଙ୍କର ଦୀର୍ଘ ୧୨ ବର୍ଷ ଧରି ରାଜୁତି ଶେଷ ହୋଇଥିଲା । ନେତନ୍ୟାହୁଙ୍କ ପରେ ନେଫଟାଲୀ ବେନେଟ୍ ରବିବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ବୈଦେଶିକ ମନ୍ତ୍ରୀ ଭାବେ ଲାପିଡ୍ କାର୍ୟ୍ୟଭାର ଗ୍ରହଣ କରିଥିଲେ । ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଶୁଭେଚ୍ଛା ମେସେଜର ଟ୍ୱିଟରରେ ଉତ୍ତର ରଖିଥିଲେ ଲାପିଡ୍ ।ସେ କହିଥିଲେ ଯେ, ଉଭୟ ଦେଶ ମିଳିତ ଭାବେ ରାଜନୈତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ କାମ କରିବେ । ଏହାସହ ଅତିଶୀଘ୍ର ଇସ୍ରାଏଲ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରିବ ବୋଲି ମଧ୍ୟ ଲାପିଡ୍ ଉଲ୍ଲେଖ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ