Masthead

୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ । ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ଜୟଦେବ ବିଧାୟକ ହେଉଛନ୍ତି ଅରବିନ୍ଦ ଢାଲି । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ସଭ୍ୟପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି । ସଭ୍ୟପଦ ରଦ୍ଦ ନେଇ ବାଚସ୍ପତିଙ୍କୁ ହୋଇଥିଲା ଚିଠି । ଦୃଷ୍ଟି ଆକର୍ଷଣ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଉଭୟ ବିଜେଡି ଛାଡ଼ି ବିଜେପିରେ ହୋଇଛନ୍ତି ସାମିଲ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ସମ୍ବିଧାନର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ଖିନଥିଲେ ଦୁଇ ବିଧାୟକ । ଏହାପରେ ବାଚସ୍ପତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି । ଏପରିକି ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ଆସନରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଅନ୍ୟପଟେ ପ୍ରେମାନନ୍ଦ ମଧ୍ୟ ଟିକେଟ୍ ପାଇବା ପାଇଁ ରେସରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ