Masthead

୨୦୨୪ ହେବ ପୃଥିବୀ ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ

ଆମେରିକା (ବଡ଼ ଖବର ବ୍ୟୁରୋ): ବଦଳୁଛି ପାଣିପାଗ । ବିଶ୍ୱ ପାଣିପାଗରେ ଘଟୁଛି ପରିବର୍ତ୍ତନ । ବିଶ୍ୱ ସମୁଦାୟ ସଚେତନ ନ ହେଲେ ପରିଣତି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଲେଣି । ୨୦୨୪ ହେବ ପୃଥିବୀ ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ । ପୃଥିବୀର ପାଣିପାଗକୁ ପ୍ରଭାବିତ କରୁଥିବା ପ୍ରତୀକ୍ଷିତ ଏଲନିନୋ ସକ୍ରିୟ ହୋଇଯାଇଛି । ଯାହା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସ୍ଫେରିକ ଆଡମିନିଷ୍ଟ୍ରେସନ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏଲନିନୋ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଛି । ଏହା ପୃଥିବୀକୁ ଆହୁରି ଉତ୍ତପ୍ତ କରିବ । ପୃଥିବୀ ୧.୫ ସେଣ୍ଟିଗ୍ରେଡ ୱାମିଂ ମାଇଲଷ୍ଟୋନ ଅତିକ୍ରମ କରିବ । ଏଲନିନୋ ଯୋଗୁଁ ୨୦୨୪ ପୃଥିବୀର ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ଏଲନିନୋ ପ୍ରଭାବରେ ମୌସୁମୀ ବର୍ଷାରେ ବ୍ୟାପକ ବିଭ୍ରାଟ ଘଟିବ । ଏପରିକି ଅଷ୍ଟ୍ରେଲିଆରେ ମରୁଡ଼ି ପରିସ୍ଥିତି ଉପୁଜିପାରେ । ସେହିପରି ଅନ୍ୟ ମହାଦେଶରେ ପାଣିପାଗରେ ବିରାଟ ପରିବର୍ତ୍ତନ ଘଟିବ । ଉତ୍ତର ଆମେରିକାରେ ମାତ୍ରାଧିକ ବର୍ଷା ହୋଇପାରେ । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ପୂର୍ବରୁ ଏଲନିନୋ ଚେତାବନୀ ଜାରି କରଛି । ଜୁଲାଇ ସୁଦ୍ଧା ଏହା ସଙ୍ଘଠିତ ହୋଇପାରେ । ବୈଜ୍ଞାନିକମାନେ କହିଛନ୍ତି ଚଳିତ ବର୍ଷ ଏଲନିନୋ ପ୍ରକ୍ରିୟା ଆଗାମୀ ବସନ୍ତ ଋତୁ ପର୍ଯ୍ୟନ୍ତ ଜାରି ରହିବ । ଏ ବର୍ଷ ଶେଷ ବେଳକୁ ପିକରେ ପହଞ୍ଚିବ । ଯାହ ଫଳରେ ୨୦୨୪ରେ ବିଶ୍ୱତାପମାତ୍ରାରେ ନୂଆ ରେକର୍ଡ଼ ସୃଷ୍ଟି କରିବ । ସେପଟେ ତାତିରୁ ମିଳୁନି ନିସ୍ତାର । ସକାଳୁ ବାହାରିବା ମୁସ୍କିଲ ହୋଇପଡୁଛି । ସେପଟେ ୩ ରୁ ୪ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରଭାବ ହେବାର ସମ୍ଭାବନା ରହିଛି । ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ତାପମାତ୍ରା ସାମନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା!