Masthead

ବିବାଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

(ବଡ଼ ଖବର ବ୍ୟୁରୋ):   ବିବାଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୨୦୧୯ରେ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଶକ୍ତି, ଶିଳ୍ପ, ଏମଏସଏମଇ ଭଳି ବଡ଼ ବଡ଼ ବିଭାଗର ସ୍ୱାଧୀନ ଦାୟିତ୍ୱ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଗୃହ ବିଭାଗର କ୍ୟାବିନେଟ୍ ପାହ୍ୟା ମୁଖ୍ୟମନ୍ତ୍ରୀ ହାତରେ ରଖିଥିବା ବେଳେ ତାଙ୍କର ସହଯୋଗୀ ଭାବେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଦେଇଥିଲେ ଦିବ୍ୟଶଙ୍କର ମିଶ୍ର । ହେଲେ ଦାୟିତ୍ୱ ନେବା ପରଠାରୁ ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହେଉଛନ୍ତି ଦିବ୍ୟଶଙ୍କର ।

ବିଶେଷକରି, ଗତ ୩ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ପରୀ, ପିହୁ, କୁଳମଣି ବରାଳଙ୍କଠାରୁ ମମିତା ଯାଏଁ ଅସୁରକ୍ଷିତତା ବଢୁଛି, ଅପରାଧ ଉପରମୁହାଁ ହୋଇଛି । କାଗଜକଲମରେ ମନ୍ତ୍ରୀ ଏହା ଅସ୍ୱୀକାର କରୁଥିଲେ ବି, ସତ କଣ ତାହା ସାରା ରାଜ୍ୟ ଦେଖୁଛି । ଏସବୁ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବେ ଦିବ୍ୟଶଙ୍କରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି । ତେବେ ମମିତା ପ୍ରସଙ୍ଗରେ ଏହି ଭୂମିକା ଅତ୍ୟନ୍ତ ସାଙ୍ଘାତିକ ହୋଇଛି । କାରଣ ଶିକ୍ଷୟିତ୍ରୀ ମମିତା ଘଟଣା ଏଭଳି ଏକ ଜଘନ୍ୟ କାଣ୍ଡ ଯାହାର ଯେତେ ନିନ୍ଦା କଲେ ବି କମ୍ ହେବ ।

ଏହି ଘଟଣାର ମୁଖ୍ୟ ଆରୋପୀ ଗୋବିନ୍ଦ ସାହୁ ବିରୋଧରେ କଡାରୁ କଡା ଦଣ୍ଡ ପାଇଁ ସମସ୍ତେ ଦାବି କରୁଛନ୍ତି । ହେଲେ ଅପରାଧୀ ଗୋବିନ୍ଦଙ୍କ ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ଆଶୀର୍ବାଦ ଥିବାର ସଂଗୀନ ଆରୋପ ଆସିଛି । ଗୋବିନ୍ଦ ଓ ଦିବ୍ୟଶଙ୍କରଙ୍କ ମଧ୍ୟରେ ଘନିଷ୍ଠତା ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବିରୋଧୀ କଂଗ୍ରେସ ଓ ବିଜେପି ବି ଉଠାଇଛନ୍ତି ସମାନ କଥା । ଅଭିଯୋଗ ଏହା ବି ହୋଇଛି, ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପ୍ରଥମେ ଖସାଇ ଦେଇଥିଲା ।

ମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁଙ୍କ ଏକାଠି ଥିବାର ଅନେକ ଫଟୋ ଘୂରି ବୁଲୁଛି । ମମିତା ପ୍ରସଙ୍ଗରେ ଏବେ ରାଜ୍ୟ ଉଠୁଛି ପଡ଼ୁଛି । ମନ୍ତ୍ରୀଙ୍କ ଭୂମିକା ସରକାରଙ୍କୁ ଅକାଳରେ ପକାଇଛି । ଏ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ନିରବତା ଘଟଣାକୁ ଅଧିକ ଜଟିଳ କରୁଛି । ମନ୍ତ୍ରୀଙ୍କ ସହ ପୂରା ସରକାର ଏବେ ବିବାଦରେ । ପ୍ରଶ୍ନ ଉଠୁଛି, କେବେ ଦିବ୍ୟଶଙ୍କରଙ୍କ ବିରୋଧରେ ଆକ୍ସନ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ଦିବ୍ୟଶଙ୍କରଙ୍କୁ ନବୀନ ବରଖାସ୍ତ କରିବେ ନା ଖସେଇ ଦେବେ ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ