Masthead

୬୮ ବର୍ଷ ପରେ ପୁଣି ଟାଟା ମାଲିକାନାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ୧୮ ହଜାର କୋଟିରେ ନିଲାମ ହେଲା ଏୟାର ଇଣ୍ଡିଆ। ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିଲା ଏୟାର ଇଣ୍ଡିଆ।  ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇକରଣ ହୋଇଛି । ଏହାର  ମାଲିକ ଏବେ ଟାଟା ଗ୍ରୁପ୍। ନିଲାମ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ଆବେଦନ କରିିଥିଲେ।  ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଛି ।

ସୂଚନାଯୋଗ୍ୟ, ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ଯେତେବେଳେ ପୁଣି ବିମାନ ସେବା ସ୍ୱାଭାବିକ ହେଲା, ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍ ରଖାଯାଇଥିଲା। ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ। ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ। କିନ୍ତୁ ଗତ ବର୍ଷ ଜାନୁଆରୀରୁ କେନ୍ଦ୍ର ସରକାର ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏବେ  ଟାଟା ଗ୍ରୁପ୍ ପୁଣି ଏୟାର ଇଣ୍ଡିଆର ମାଲିକ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି