Masthead

‘ଗାଜାରେ ସରକାର ଚଳାଇବା ଆମର ଲକ୍ଷ୍ୟ ନୁହେଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାସେ ପରେ ପହଞ୍ଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଜି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ ଠିକଣା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ତେବେ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି ଗାଜା ଷ୍ଟ୍ରିପ୍ ଅକ୍ତିଆର ଅବା ସେଠାରେ ସରକାର ଚଲାଇବା ଆମର ଲକ୍ଷ୍ୟ ନୁହେଁ । ହେଲେ ଯୁଦ୍ଧ ସରିଲେ କିଏ ଗାଜାର ସରକାର ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ବେଞ୍ଜାମିନ । ହମାସର ମୂଳପୋଛ ପାଇଁ କରୁଛି ଆକ୍ରମଣ ପରେ ଆକ୍ରମଣ । ହମାସର ଟପ କମାଣ୍ଡର ଓ ନେତାଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ହମାସ କମାଣ୍ଡର ମହମ୍ମଦ ଦେଇଫର ପତ୍ନୀ ଓ ଝିଅକୁ ଏୟାରଷ୍ଟ୍ରାଇକ କରି ମାରିଛି ଇସ୍ରାଏଲ । ଅନ୍ୟପଟେ ଫେରାର ଅଛି ମହମ୍ମଦ ।

କୁହାଯାଉଛି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପଛରେ ମହମ୍ମଦ ହେଉଛି ମାଷ୍ଟରମାଇଣ୍ଡ । ତେଣୁ ଆଇଡିଏଫର ମୋଷ୍ଟୱାଟେଂଡ ତାଲିକାରେ ରହିଛି ଏହି ହମାସ କମାଣ୍ଡର । ଇସ୍ରାଏଲ ସେନାଠୁ ଆତ୍ମରକ୍ଷା କରିବା ପାଇଁ ସାଧାରଣ ନାଗରିକଙ୍କ ଢ଼ାଲ କରୁଛି ହମାସ । ସେପଟେ ଦୁଇ ଭାଗ ହୋଇଛି ଗାଜା । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଭାବେ ଦୁଇ ଭାଗ ହୋଇଛି । ଉତ୍ତର ଗାଜାକୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଇସ୍ରାଏଲି ସୈନ୍ୟ। ୧୪ ଲକ୍ଷରୁ ଅଧିକ ଜନବସତିର ଏହି ଅଂଚଳକୁ ଛାଡିବାକୁ ଅଲଟିମେଟମ ଦେଇଥିଲା ଇସ୍ରାଏଲ ସେନା । ଏବେବି ସାଢେ ୩ ଲକ୍ଷ ଲୋକେ ଏହି ଅଂଚଳରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼