ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ସରକାରରେ ଆଉ ୨୪ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ଆସନ୍ତାକାଲି ଶପଥ ନେଇପାରନ୍ତି ୨୪ ବିଧାୟକ । ଦିଲ୍ଲୀରେ ହୋଇଥିବା ବୈଠକରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲ ଗାନ୍ଧିଙ୍କୁ ଭେଟିପାରନ୍ତି । ଗତ ୨୦ରେ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଏ ଯାଏଁ କୌଣସି ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ହୋଇନି । ଆସନ୍ତାକାଲିର ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କର ବିଭାଗ ବଣ୍ଟନ କରାଯିବ ବୋଲି ଅନୁମାନ କରାଯାଉଛି ।