Masthead

ମହାବାତ୍ୟାକୁ ୨୪ ବର୍ଷ, ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଥରିଉଠେ ଛାତି

ପାରାଦୀପ (ବଡ଼ ଖବର ବ୍ୟୁରୋ): ୧୯୯୯ ପ୍ରଳୟଙ୍କାରି ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । ପ୍ରଳୟଙ୍କାରି ମହାବାତ୍ୟା ଉଜାଡି ଦେଇଥିଲା ଅନେକ ଧନ , ଜୀବନ । କିଏ ବାପା , ମା ଛେଉଣ୍ଡ ହେଲା ତ କିଏ ବିଧବା ହେଲା । ଏବେ ବି ବାତ୍ୟା ସଂପର୍କରେ ସୂଚନା ମିଳିଲେ ସେ ଦିନର ଅନୁଭୁତି ମନେ ପଡିଯାଏ । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନ । ଘଂଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ ।

୩୦ ଘଂଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।ମହାବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ପାରାଦୀପର ଷଣ୍ଢକୁଦ ବସ୍ତି ଓ ଚନକଣ ଗାଁ । ଏହି ବସ୍ତି ଓ ଗାଁରେ ରୁହନ୍ତି ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ । ସମୁଦ୍ର କୂଳରୁ ମାତ୍ର ୫୦୦ ମିଟର ଦୂରରେ ଏହି ବସ୍ତି ରହିଥିବାରୁ ବାତ୍ୟା ଆସିଲେ ସବୁବେଳେ ବସ୍ତିବାସିନ୍ଦା ଭୟଭିତ ହୋଇ ପଡନ୍ତି । ୧୯୯୯ ମହାବାତ୍ୟାରେ ଏହି ବସ୍ତିର ଅନେକ ଲୋକ ସମୁଦ୍ର ଢେ଼ଉରେ ଭାସିଯାଇଥିଲେ । ଏପରିକି ଅନେକ ଘର ମଧ୍ୟସମୁଦ୍ର ଗର୍ଭରେ ଲିନ ହୋଇଯାଇଥିଲା । କେହି କେହି ଉଚା ଢିପରେ ରହି ତ ଆଉ କିଏ ଗଛକୁ ଧରି ନିଜ ଜୀବନ ବଂଚାଇ ପାରିଥିଲେ । ସେଦିନର ସେହି ଘଟଣାକୁ ଆଜି ୨୪ ବର୍ଷ ବିତିଥିଲେ ମଧ୍ୟ ଏବେ ବି ସେହି ଘଟଣା ମନକୁ ଆନ୍ଦୋଳିତ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ