Masthead

ଶ୍ରୀଜଗନ୍ନାଥଙ୍କ ୩୫,୨୭୨ ଏକର ଭୂ-ସମ୍ପତ୍ତି ବିକ୍ରି ହେବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସମେତ ୭ ଟି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫.୨୭୨ ଏକର ଭି-ସମ୍ପତ୍ତି ବିକ୍ରି ହେବ । ଏଥିପାଇଁ ରାଜ୍ୟସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ୧୯୭୯ ରେ ତତକାଳୀନ ରାଜ୍ୟପାଳ ଭାଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟି ସହ ଜଷ୍ଟିସ ବିକେ ପାତ୍ର କମିଶନ, ଜଷ୍ଟିସ ପିକେ ମହାନ୍ତି କମିଶନ ଏବଂ ଜଷ୍ଟିସ ବିପି ଦାସ କମିଶନ କାର୍ଯ୍ୟ କରିଛନ୍ତି ।

ବହୁ ବିଚାର ବିମର୍ଷପରେ କମିଟି ଶ୍ରୀଜିଉଙ୍କ ଭୂ-ସମ୍ପତ୍ତି ବିକ୍ରି କରିବା ଲାଗି ସବୁଜ ସଙ୍କେତ ଦେଇଥିଲେ । କମିଟିର ସୁପାରିଶ ଅନୁଯାୟୀ ସରକାର ୩୫,୨୭୨,୨୩୫ ଏକର ଜମି ବିକ୍ରି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୪ଟିରେ ମହାପ୍ରଭୁଙ୍କର ୬୦,୪୨୬,୯୪୩ ଏକର ଜମି ଅଛି । ଏଥିମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ୩୪,୮୭୬,୯୮୩ ଏକର ଜମି ଉପରେ ଚୂଡାନ୍ତ ମାଲିକାନା ସ୍ୱତ୍ୱ କରିବାକୁ ସ୍ଥିର କରିଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ସ୍ୱୀକୃତ ସମାନ ନୀତି ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଉଛି ।

ଓଡ଼ିଶାକୁ ଛାଡିଦେଲେ ଅନ୍ୟ ୬ ଟି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କର ଥିବା ୩୯୫,୨୫୨ ଏକର ଜମି ବିକ୍ରି ହେବ । ଏ ସମ୍ପକରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ତୁରନ୍ତ ପଦକ୍ଷେପ ନେବାଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି । ଶ୍ରୀମନ୍ଦିର ଜମିକୁ ଯେଉଁମାନେ ୩୦ ବର୍ଷରୁ ଊର୍ଦ୍ଧ ସମୟ ଧରି ଅକ୍ତିଆର କରି ରଖିଛନ୍ତି, ସେମାନେ ତାହାକୁ ନିଜ ଦଖଲକୁ ନେବାକୁ ଚାହିଁଲେ ଏକର ପିଛା ୬ ଲକ୍ଷ ଟଙ୍କା ସରକାରଙ୍କୁ ଦେବାକୁ ପଡିବ । ଆଉ ଯେଉଁମାନେ ୨୦ ବର୍ଷରୁ ଅଧିକ ଓ ୩୦ବର୍ଷରୁ କମ୍ ସମୟ ଧରି ଜମି ରଖିଛନ୍ତି ସେମାନେ ଏକର ପିଛା ୯ଲକ୍ଷ ଟଙ୍କା ଦେଇ ଜମି ଦଖଲକୁ ନେଇପାରିବେ । ସେହିପରି ୨୦ବର୍ଷରୁ କମ୍ ଓ ୧୨ ବର୍ଷରୁ ଅଧିକ ସମୟ ଜମି ଅକ୍ତିଆର କରିଥିଲେ ସେମାନେ ଏକର ପିଛା ୧୫ ଲକ୍ଷ ଟଙ୍କା ଦେବେ । ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସରକାର ଶ୍ରୀମନ୍ଦିର ଜମି ବିକ୍ରି ପାଇଁ ବିଭିନ୍ନ ସମୟରେ ୪ଟି କମିଶନ ଗଠନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ