Masthead

ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ୪ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ୪ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପ୍ରଶ୍ନ ନଂ ୧-ବିଧାନସଭାରେ ପୁଣି ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ଦିନ ପୂରିଗଲାଣି । ହତ୍ୟାକାଣ୍ଡର ଉ ଉଦ୍ଦେଶ୍ୟ କ’ଣ? ଘଟଣା ପଛରେ କିଏ, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିଲାଣି । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ନିମାଂସ ନେବାକୁ ଚାହୁଁଛନ୍ତି ? ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି? ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି? ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଯେଉଁ ଚିଠି ଲେଖିଛନ୍ତି ଲଭସର ସାହାଯ୍ୟ ନେବାକୁ ସେ ଚିଠିକୁ ଗୃହରେ ଉପସ୍ଥାପିତ କରିବେ କି? ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖାଯାଇଛି ତାହା ଉପସ୍ଥାପିତ କରିବେ କି ସରକାର ?

ପ୍ରଶ୍ନ ନମ୍ବର ୨-ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ । ମେଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ଘୂରି ବୁଲୁଛି । ଗୋଟିଏ ଅଡିଓ ବୁଲୁଛି । ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନପତ୍ର ମିଳିବ । ଆଉ ୪ ଟା ଦରକାର ଥିଲେ ୪୦ ହଜାର ଦେବାକୁ ପଡିବ । ବଲାଙ୍ଗୀରରେ ବି ଦୁଇଟି ବିଷୟର ପ୍ରଶ୍ନପତ୍ର ଲିକ ହୋଇଥିବା ଟିଭିରେ ଆସୁଛି । ଏଇଟା କ’ଣ ୫-ଟି କି ବୋଲି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

ତୃତୀୟ ପ୍ରଶ୍ନ ହୋମଗାର୍ଡ ମାନଙ୍କର ଦରମା ୫୩୩ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କାଲି ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି । ସରକାର ଏମିତି ନିଷ୍ପତ୍ତି କେମିତି ନେଉଛନ୍ତି । କିଏ ଏ ସରକାର ଚଳାଉଛି? କିଏ ଏ ସରକାରକୁ ବୁଦ୍ଧି ଦେଉଛି ? ଶେଷ ପ୍ରଶ୍ନ କୋଇଡା ବିଡ଼ିଓ କଥା ବି ଉଠାଇଲେ ଜୟ ନାରାୟଣ । କହିଛନ୍ତି ସରକାରୀ ଅଫିସର କାହାକୁ ମାନୁ ନାହାନ୍ତି । ବିଡ଼ିଓ କହୁଛନ୍ତି ମୋର କିଏ କ’ଣ କରିବ? ଏହା ଠୁ ବଡ଼ ବିଚିତ୍ର କଥା କିଛି ନାହିଁ । ଯଦି ବିଧାୟକମାନେ ଏମିତି ସରକାରୀ ଅଫସିରମାନଙ୍କ ଦ୍ୱାରା ଅପମାନିତ ହେବେ ତାହାଲେ ସ୍ଥିତି କ’ଣ ହେବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି