Before Header

ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ

0 26

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ଦେଶକୁ ମିଳିବ ନୂଆ ସଂସଦ । ନୂଆ ପାର୍ଲାମେଣ୍ଟରେ ଚାଲିବ କାର୍ଯ୍ୟ  । ବିଧିବଦ୍ଧ ଭାବେ ଚାଲିବ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ୟ୍ୟ। ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଏଥିରେ ଭାରତୀୟ ସଂସଦର ସମୃଦ୍ଧ ପରଂପରା ଓ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଆଲୋଚନା ହେବ । ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବା ନୂଆ ସଂସଦ ଭବନ କାର୍ୟ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି। ଏହାକୁ ସଂରକ୍ଷିତ କରାଯିବ ଓ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି।

ନୂଆ ସଂସଦ ଭବନରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଏଠାରେ ଲୋକସଭାରେ ୮୮୮ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ରହିଛି। ଅନ୍ୟପଟେ ବର୍ତ୍ତମାନର ସଂସଦ ଭବନର ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଅଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସଂସଦ ଭବନ ନିର୍ମାଣ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ନୂଆ ପାର୍ଲାମେଣ୍ଟ ୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି।ଗତକାଲି ପୁରଣା ସଂସଦ ଭବନର ଶେଷ ଦିନରେ ସ୍ମୃତି ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ସମେତ ଅନେକ ଦଶନ୍ଧୀ ମଧ୍ୟରେ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଂସଦର ନୂଆ ଭବନକୁ ସ୍ଥାନାନ୍ତର କରିବା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏପରି ଏକ ମୁହୁର୍ତ୍ତ ଯାହା ଅତୀତ ସହ ଭବିଷ୍ୟତକୁ ସଂଯୋଗ କରିବ । ପ୍ରଧାନମନ୍ତ୍ରୀଙ୍କ ଏକ ଘଣ୍ଟାର ଭାଷଣରେ ଜରୁରୀ ପରିସ୍ଥିତି, କ୍ୟାସ ଫର ଭୋଟ ସ୍କାମ ଏବଂ ବାଂଲାଦେଶ ମୁକ୍ତି ଭଳି ଆନ୍ଦୋଳନ ଭଳି କଥା ଉଠାଇଥିଲେ ।ପ୍ରଧାନମନ୍ତ୍ରୀ ‘ଐତିହ୍ୟ ଭବନରେ ଶେଷ ଦିନ’କୁ ସ୍ୱାଧୀନତା ପରଠାରୁ ଏହି ଭବନରେ କାର୍ୟ୍ୟ କରିଥିବା ୭,୫୦୦ରୁ ଅଧିକ ସାଂସଦଙ୍କୁ ଉତ୍ସର୍ଗ କରିଥିଲେ।

Leave A Reply

Your email address will not be published.