ସୋର (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ଦିବସ ପାଳନ ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଘଟଣାସ୍ଥଳରେ ପହଁଚିଲେ ଆଇଜି ଓ ଏସପି । ସୋର ରାଧାନାଥ ପଡିଆରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲା ଭାଗ ନେଇଥିଲେ । ଏହାକୁ ଦେଖିବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା ।
ପରେ ଏହା ତୀବ୍ର ରୂପ ନେଇଥିଲା । ୪ଜଣ ଆହତ ହୋଇ ସୋରୋ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଥାନାରେ ଉଭୟ ପକ୍ଷରୁ ମାମଲା ଦିଆଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ ।