Masthead

ଗୋଟିଏ ପାଠାଗାରା ପାଇଁ ୪ ଥର ବିଲ ମଞ୍ଜୁର

ବସ୍ତା(ବଡ଼ ଖବର ବ୍ୟୁରୋ): ପାଠାଗାର ନିର୍ମାଣରେ ଚଞ୍ଚକତା । ଗୋଟିଏ ପାଠାଗାର ନିର୍ମାଣ କରି ଉଠାଯାଇଛି ୪ ଥର ବିଲ୍ । ବାଲୋଶ୍ୱର ଜିଲ୍ଲା ବରୁଣଗଡିଆ ବ୍ୟାଙ୍କ ଉପର ମହଲାରେ ନିର୍ମାଣ କରାଯାଇଥିବା ଏହି ପାଠାଗାର ଅର୍ଥ ହରିଲୁଟର ମାଧ୍ୟମ ସାଜିଛି । ପାଠାଗାର କାନ୍ଥରେ ଥିବା ୪ଟି ସୁଚନା ଫଳକ,୨୦୨୦/୨୧ ଆର୍ଥିକ ବର୍ଷରେ ଦୁଇ ଥର ଅର୍ଥ ମଞ୍ଜୁର ହୋଇଥିବା ବେଳେ ୨୦୨୧/୨୨ ଆର୍ଥିକ ବର୍ଷରେ ଦୁଇଥର ଅର୍ଥ ମଞ୍ଜୁର ହୋଇଥିବା ଲେଖାଯାଇଛି । ସରପଞ୍ଚ କହିଛନ୍ତି ସାଂଘାତିକ ଦୁର୍ନୀତି ହୋଇଛି ।

୨୦୨୦ରେ ପାଠାଗାର ନିର୍ମାଣ ଆରମ୍ଭ ହୋଇଥିଲା । ମାତ୍ର ବ୍ୟୟ ଅଟକଳର ସୂଚନା ଫଳକ ନାହିଁ । କିନ୍ତୁ ୨୦୨୦/୨୧ ରେ ୨ ଲକ୍ଷ ୪୦ ହଜାର, ସେହି ଆର୍ଥିକ ବର୍ଷରେ ପୁଣି ୫୦ ହଜାର ଟଙ୍କା ମଞ୍ଜୁର ହୋଇଛି । ପୁଣି ୨୯୨୧/୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୬୪ ହଜାର ୩୨ ଟଙ୍କା ଏବଂ ସେହି ୨୦୨୧/୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୨୭ ହଜାର ୭୫୦ ଟଙ୍କା ମଞ୍ଜୁର ହୋଇଛି । ତେବେ ଗୋଟିଏ ଘର ନିର୍ମାଣ ପାଇଁ କିପରି ୪ ଥର ଅର୍ଥ ମଞ୍ଜୁର କରାଗଲା ସମସ୍ତଙ୍କୁ ଚକିତ କରିଛି । ତେଣେ ବିଡିଓ କହିଛନ୍ତି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ