Masthead

ଦେଶ ପାଇଁ ଗୌରବ ଆଣିଲେ ବଡ଼ବିଲର ଶ୍ୱେତାରାଣୀ

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଦେଶ ପାଇଁ ଗୌରବ ଆଣିଛନ୍ତି କେନ୍ଦୁଝର ମାଟିର ଝିଅ ଶ୍ୱେତାରାଣୀ ମହାନ୍ତ । ଋଷିଆର ମସ୍କୋରେ ମେ ୩ ରୁ ୮ ପର୍ଯ୍ୟନ୍ତ ଖେଳାଯାଇଥିବା ଅନ୍ତଃରାଷ୍ଟ୍ରୀୟ ଉସୁ ପ୍ରତିଯୋଗିତାରେ ୪୮କେଜି ବିଭାଗରେ ଭାରତରୁ ପ୍ରତିନିଧିତ୍ୱ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି, ଶ୍ୱେତାରାଣୀ । ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଶ୍ୱେତାଙ୍କ ପାଖକୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶ୍ୱେତାଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି।

ଶ୍ୱେତାରାଣୀ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ପଙ୍କଜ କୁମାର ମହାନ୍ତ ଜଣେ ସଫଳ ଉସୁ ପ୍ରଶିକ୍ଷକ । ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଶ୍ୱେତାଙ୍କ ମା ସୁସୁମା ମହାନ୍ତ ମଧ୍ୟ କିକ୍ ବକ୍ସିଂରେ ମେଡାଲିଷ୍ଟ । ଶ୍ୱେତାଙ୍କ ବାପାଙ୍କ ଘର କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ଭୂଇଁପୁରସ୍ଥିତ ଭାରତିଆସାହିରେ । ସେ ବଡ଼ବିଲ ପୌରପାଳିକାର ସଡିଂ ଗ୍ରାମରେ ବସବାସ କରୁଛନ୍ତି । ବଡ଼ବିଲ ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ଶ୍ୱେତାଙ୍କ ପାଇଁ ସାରା ଦେଶ ଗର୍ବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ