Masthead

ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ BJD ନେତା ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଘିବେ ୪୪ ଓକିଲ । ଏନେଇ କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢ଼ିବେ । ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ ।  ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ଉନ୍ମୋଚନ ପରେ ଓଡ଼ିଶା ରାଜନୀତିରେ ବଢ଼ୁଥିବା କଳୁଷିତ ଏ ଅଧ୍ୟାୟ ରାଜନେତାଙ୍କ ନିଦ ହଜାଇଦେଇଛି । ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ହଟାଇବାକୁ ବିହାର, ୟୁପି ଭଳି ଓଡ଼ିଶା ନେତା ମଧ୍ୟ ସୁପାରିକିଲରଙ୍କ ସହାୟତା ନେଲେଣି ଏକଥା  ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ସ୍ପଷ୍ଟ ।

ଫିଲ୍ମର କାହାଣୀ ଭଳି ଲାଗୁଥିଲେ  ହେଁ ଲକ୍ଷଲକ୍ଷ ଟଙ୍କାର ସୁପାରି ଦେଇ ବାଟରୁ ହଟାଇବାକୁ ବିକ୍ରମ ଯେଭଳି ଷଡ୍‌ଯନ୍ତ୍ର କଲେ, ତାହା ଅନ୍ୟ ନେତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଲାଣି । ଓଡ଼ିଶା ରାଜନୀତିର ଏହି ଅଲୋଡା ଟ୍ରେଣ୍ଡକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହତବାକ୍ । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୋଲିସ । ଗତକାଲି ରାତିରେ ସୁଦର୍ଶନଙ୍କୁ ଛାଡିଛି ପୋଲିସ । ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ପଚରାଉଚରା ପରେ ଛଡାଯାଇଛି ।  ସମସ୍ତଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇଥିଲା ସୁଦର୍ଶନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି