Masthead

ଜନ୍ମ ସାଥୀରେ, ମୃତ୍ୟୁ ବି ସାଥୀରେ

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): କୁହାଯାଏ କି ଲାଠି ପାହାରରେ ପାଣି ଦୁଇଭାଗ ହୋଇଯାଏନା । ସେମିତି ବାହ୍ୟ ପ୍ରଭାବରେ ରକ୍ତର ସମ୍ପର୍କ ସାମୟିକ ଭାବେ କିଛିଟା ହୁଗୁଳା ହୁଏ ତ ହୋଇଯାଏ, କିନ୍ତୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଏନା । ହେଲେ ଏଠି କଥା ଟିକେ ଅଲଗା । ଆମେ କହୁଛୁ ଜାଆଁଳା ଦୁଇ ଭାଇଙ୍କ କଥା । ଯାହାକୁ ଶୁଣିଲେ ଆପଣ ଭାଙ୍ଗି ପଡ଼ିବେ । ଜାଆଁଳା ଭାଇ, ଜନ୍ମ ହୋଇ ଥିଲେ ସାଥୀରେ, ତାଙ୍କ ମୃତ୍ୟୁ ବି ଘଟିଲା ସାଥୀରେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚିକିଲି ଗ୍ରାମରେ ।

ମୃତ୍ୟୁ ଠାରୁ କମ ଭୟଙ୍କର ନୁହେଁ ଏ କରୋନା । ଦିନକୁ ଦିନ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସୁଛି । ଚିକିଲି ଗ୍ରାମର ଧବଳେଶ୍ୱର ବେହରାଙ୍କ ଜାଆଁଳା ପୁଅ ଲବ, କୁଶ । ଦେଖିବାକୁ ସମ୍ପୂର୍ଣ ଏକାଭଳି ଓ ଏକା ସାଥିରେ ଜନ୍ମ, ପାଠ ପଢା, ପରେ ଚାକିରୀ ମଧ୍ୟ ଏକାଠି । ଶେଷରେ କରୋନା ମହାମାରୀ ସବୁଦିନ ପାଇଁ ଦୁହିଁ ଭାଇଙ୍କୁ ସମସ୍ତଙ୍କ ଠାରୁ ଛଡାଇ ନେଲା । ଯାହା ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି କରିଛି  । ଗତ ବର୍ଷ ଅନ୍ୟ କୌଣସି ରୋଗରେ ବାପା ଧବଳେଶ୍ୱର ଆରପାରିକୁ ଚାଲି ଯାଇଥିଲେ । ଏବେ ଦୁଇ ଜାଆଁଳା ପୁଅ ମଧ୍ୟ ଚାଲିଗଲେ ।

ଜାଆଁଳା ଭାଇ ଦୁହେଁ ପାଠ ପଢାରେ ସବୁବେଳେ ଆଗଧାଡିରେ । ୫-୭ ବର୍ଷ ଧରି ଭୁବନେଶ୍ୱର କୌଣସି ଶିକ୍ଷନୁଷ୍ଠାନରେ ରହି ହସଖୁସିରେ ପରିବାର ଚଳାଉଥିଲେ । ଗାଁ ହେଉ ବା ସହର, ଅସହାୟ ହେଉ କିମ୍ବା କାହାର ବିପଦ ସମୟରେ ଦୁଇ ଭାଇ ଏକାଠି ଠିଆ ହୋଇ ସହଯୋଗର ହାତ ବଢ଼ାନ୍ତି । ହେଲେ ଦୁହେଁ ଏବେ ଚିରନିଦ୍ରାରେ । ସମସ୍ତଙ୍କ ଆଖିରେ ଆଖିଏ ଲୁହ । ୩ ଦିନ ତଳେ କୁଶ ଆଖି ବୁଜିଥିଲେ, ଆଉ ଏବେ ଲବ । ଦୁଇ ଭାଇଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ