Masthead

ଅଧୁରା ରହିଲା ‘ବିରାଟ’ ସ୍ୱପ୍ନ

(ବଡ଼ ଖବର ବ୍ୟୁରୋ)  ବିଶ୍ୱର ଅନ୍ୟତମ ସଫଳ କ୍ରିକେଟର ହେଉଛନ୍ତି ବିରାଟ କେହଲି । ତେବେ ସେ ଆଇପିଏଲରେ ପୁଣି ଥରେ ନିରାଶ ହୋଇଛନ୍ତି । ୨୦୦୮ରୁ ରୟାଲ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ ଟ୍ରଫି ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ସୋମବାର ରାତିରେ ଚୁରମାର ହୋଇଯାଇଛି । ଆଇପିଏଲର ଏଲିମେନିଟର ମ୍ୟାଚରେ ରୟାଲ ଚ୍ୟାଲଞ୍ଚର୍ସ ବାଙ୍ଗାଲୋର ୪ ୱିକେଟରେ କଲିକାତା ନାଇଟ ରାଇଡର୍ସ ନିକଟରୁ ପରାଜିତ ହୋଇଛି ।

ଅଧିନାୟକ ବିରାଟ କୋହଲିଙ୍କ  ସ୍ୱପ୍ନ ଅଧୁିରା ରହିଥିବା ବେଳେ ଦଳର ଯାତ୍ରା ମଧ୍ୟ ଶେଷ ହୋଇଛି । ତେବେ ଏଠି ସବୁଠୁ ବଡ କଥା ହେଲା ବିରାଟ ଆଉ କେବେ ବି ଆିପିଏଲରେ ଟ୍ରଫି ଜିତାଇ ପାରିବେ ନାହିଁ । ପୂର୍ବରୁ ଚଳିତ ଆଇପିଏଲ ଅଧାରୁ ବିରାଟ ଟ୍ୱେଣ୍ଟି୨୦ ଟ୍ୱେଣ୍ଟି୨୦ ଅଧିନାୟକ ପଦ ଛାଡିବାକୁ ଘୋଷଣଣା କରିଥିଲେ । କୋହଲିଙ୍କ ନେତୃତ୍ୱରେ ଆରସିବି ସୋମବାର ଶେଷ ମ୍ୟାଚ ଖେଳିଥିଲା । କଲିକାତା ଠାରୁ ଶେଷ ମ୍ୟାଚ ହାରିବା ପରେ ବିରାଟ ଭାବବିହ୍ୱଳ ହୋଇଯାଇଥିଲେ । ବିରାଟ ୨୦୧୩ରେ ଡାନିଏଲ ଭେଟେରାଙ୍କୀଠାରୁ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେଇଥିଲେ । ୨୦୧୬ରେ ଆରସିବି ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ