Masthead

ଅତୁଳନୀୟ ଭାରତ, ହିନ୍ଦୁଙ୍କ ପରମ୍ପରା ପାଇଁ ପୂଜା କଲେ ମୁସଲମାନ

କୋଲକାତା(ବଡ଼ ଖବର ବ୍ୟୁରୋ): ଭାଇଚାରାର ଦେଶ ଭାରତ । ଭାରତର ଅତୁଳନୀୟତା ସାରା ବିଶ୍ୱକୁ ଚକିତ କରେ । ଏଠି ସବୁ ଧର୍ମର ସମନ୍ୱୟ ଦେଖିବାକୁ ମିଳେ । ଏଠି ପର୍ବ ପାଳନ ହୁଏ ଧର୍ମର ବନ୍ଧନରୁ ଉଦ୍ଧ୍ୱର୍ରୁ ଉଠି । ଏମିତି ଏକ ଭାଇଚାରାର ଉଦାହରଣ ଆସିଛି ପଶ୍ଚିମବଙ୍ଗ ଅଲିମୁଦ୍ଦିନ ଅଞ୍ଚଳରୁ । ଅଲିମୁଦ୍ଦିନରେ ଏକ ହିନ୍ଦୁ ପରିବାରରେ ବର୍ଷ ବର୍ଷ ଧରି ଦୁର୍ଗର୍ା ପୂଜାର ପରମ୍ପରା ରହିଆସିଛି । କିନ୍ତୁ ଏବେ ପରିବାର ମୁଖ୍ୟ ବୃଦ୍ଧ ହୋଇଯାଇଥିବାରୁ ପୂଜା ବିଧି ରକ୍ଷା କରିବାରେ ସମର୍ଥ ହେଉନାହାନ୍ତି ।

ସେପଟେ ବୃଦ୍ଧଙ୍କ ପିଲାମାନେ ପିତା-ମାତାଙ୍କ ପାଖକୁ ଆସୁନାହାନ୍ତି । ଏଭଳି ସ୍ଥିତିରେ ଏବର୍ଷ କିଭଳି ମା’ ଦୁର୍ଗାଙ୍କ ପୂଜାର ପରମ୍ପରା ରକ୍ଷାହେବ ସେନେଇ ଚିନ୍ତିତ ଥିଲେ ବୃଦ୍ଧ-ବୃଦ୍ଧା । ହେଲେ ଏମିତି କିଛି ଘଟଣା ଘଟିଲା ଯାହା ଆପଣଙ୍କୁ ଜଣେ ଭାରତୀୟ ଭାବେ ଗର୍ବିତ ଅନୁଭବ କରାଇବ । ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ରକ୍ଷା କଲେ କିଛି ମୁସଲମାନ । ମା’ଙ୍କ ମୂର୍ତ୍ତି ଗଢ଼ାଇବା ସହ ପୂଜାର ସମସ୍ତ ଆୟୋଜନ କରିଛନ୍ତି ଏହି ମୁସଲମାନ ଯୁବକ । ପୂଜାରୀ ଯୋଗାଡ଼ କରି ମା’ଙ୍କ ପୂଜା କରାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଆଡ଼େ ସେମାନଙ୍କ ଚର୍ଚ୍ଚା ହେଉଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ଯେ ଭାରତୀୟ ତାହାର ପ୍ରମାଣ ଦେଇଛନ୍ତି ଏହି ଯୁବକ ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା