Masthead

ଶ୍ରୀବିଜୟା ଏୟାର ବୋଇଙ୍ଗ-୭୩୭ ନିଖୋଜପରେ ସନ୍ଦେହଜନକ ଆବର୍ଜନା ମିଳିଲା

ଜାକର୍ତ୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଯାତ୍ରୀବାହୀ ବିମାନ ଆଜି ଜାକର୍ତ୍ତାରୁ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କଣ୍ଟ୍ରୋଲ ରୁମ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ୬୨ ଜଣ ବ୍ୟକ୍ତିଙ୍କ ସହ ଶ୍ରୀବିଜୟା ଏୟାର ବୋଇଙ୍ଗ ୭୩୭-୫୦୦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବିମାନ ଉଡ଼ାଣର କିଛି ମିନିଟ୍ ପରେ ଜାଭା ସାଗର ଉପରେ ନିଖୋଜ ହୋଇଯାଇଥିଲା, ଏକ ମିନିଟରେ ୧୦,୦୦୦ ଫୁଟରୁ ତଳକୁ ଖସି ଯାଇଥିଲା। ଇଣ୍ଡୋନେସିଆ ପରିବହନ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ବସର୍ନାସ ଏବଂ ଦେଶର ପରିବହନ ସୁରକ୍ଷା କମିଟି କେଏନକେଟି ସହିତ ବିମାନର ନିଖୋଜ ଘଟଣାର ତଦନ୍ତ କରୁଛି। ସେଥିରେ ୪୩ ବୟସ୍କ ଏବଂ ୭ ପିଲା ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ଏହା ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ସର୍ଚ୍ଚ ଚାଲିଥିବାବେଳେ ଉଦ୍ଧାରକାରୀ ସଂସ୍ଥାର ଅଧିକାରୀମାନେ ଜାକର୍ତ୍ତା ନିକଟ ଜଳରେ “ସନ୍ଦେହଜନକ ଆବର୍ଜନା’’ ଦେଖିବାକୁ ପାଇଛନ୍ତି ଯାହା ବିମାନର ଭଗ୍ନାବଶେଷ ବୋଲି ଅନୁମାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ