Masthead

ଶ୍ରୀବିଜୟା ଏୟାର ବୋଇଙ୍ଗ-୭୩୭ ନିଖୋଜପରେ ସନ୍ଦେହଜନକ ଆବର୍ଜନା ମିଳିଲା

ଜାକର୍ତ୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଯାତ୍ରୀବାହୀ ବିମାନ ଆଜି ଜାକର୍ତ୍ତାରୁ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କଣ୍ଟ୍ରୋଲ ରୁମ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ୬୨ ଜଣ ବ୍ୟକ୍ତିଙ୍କ ସହ ଶ୍ରୀବିଜୟା ଏୟାର ବୋଇଙ୍ଗ ୭୩୭-୫୦୦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବିମାନ ଉଡ଼ାଣର କିଛି ମିନିଟ୍ ପରେ ଜାଭା ସାଗର ଉପରେ ନିଖୋଜ ହୋଇଯାଇଥିଲା, ଏକ ମିନିଟରେ ୧୦,୦୦୦ ଫୁଟରୁ ତଳକୁ ଖସି ଯାଇଥିଲା। ଇଣ୍ଡୋନେସିଆ ପରିବହନ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ବସର୍ନାସ ଏବଂ ଦେଶର ପରିବହନ ସୁରକ୍ଷା କମିଟି କେଏନକେଟି ସହିତ ବିମାନର ନିଖୋଜ ଘଟଣାର ତଦନ୍ତ କରୁଛି। ସେଥିରେ ୪୩ ବୟସ୍କ ଏବଂ ୭ ପିଲା ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ଏହା ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ସର୍ଚ୍ଚ ଚାଲିଥିବାବେଳେ ଉଦ୍ଧାରକାରୀ ସଂସ୍ଥାର ଅଧିକାରୀମାନେ ଜାକର୍ତ୍ତା ନିକଟ ଜଳରେ “ସନ୍ଦେହଜନକ ଆବର୍ଜନା’’ ଦେଖିବାକୁ ପାଇଛନ୍ତି ଯାହା ବିମାନର ଭଗ୍ନାବଶେଷ ବୋଲି ଅନୁମାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା